csstore

ମ.ରାମପୁର ଅଦାଲତ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

କଳାହାଣ୍ଡି, (ପି. କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁରଠାରେ ତାଲୁକ ଆଇନ ସେବା ସମିତି ତରଫରୁ ସ୍ଥାନୀୟ ଅଦାଲତ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ଅଧକ୍ଷ୍ୟା ତଥା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ଶ୍ରୀମତୀ ପ୍ରତ୍ୟସା ରାୟଙ୍କ ଅଧକ୍ଷ୍ୟତାରେ ଅନୁଷ୍ଠିତ ଲୋକ ଅଦାଲତରେ ୦୧ ଗୋଟି ଚେକ ବଲାନ୍ସ ମାମଲା, ୦୧ ଗୋଟି ଦେବାନୀ ମାମଲା, ୦୬ ଗୋଟି ଫାଇନାଲ ରିପୋର୍ଟ କେସ ସରିଥିଲା । ପ୍ରାକ ବ୍ୟାଙ୍କ ଜନିତ ମୋକଦାମ ବାବଦକୁ ୩ ଲକ୍ଷ ୦୧ ହଜାର ଟଙ୍କା ଆଦାୟ କରାଯାଇଥିଲା । ସେହିପରି ତହସିଲ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଲୋକ ଅଦାଲତରେ ୫୨ ଗୋଟି ରାଜସ୍ୱ ମାମଲାର ବିଚାର କରାଯାଇଥିଲା ।ଉକ୍ତ କାର୍ଯ୍ୟକ୍ରମରେ ସହକାରୀ ସରକାରୀ ଓକିଲ ଜୟ କୁମାର ସିଂଦେଓ, ମ. ରାମପୁର ଓକିଲ ସଂଘର ବରିଷ୍ଠ ଆଇନଜୀବୀ ଅଶ୍ୱିନୀ କୁମାର ପଣ୍ଡା, ପ୍ରକାଶ ପଣ୍ଡା, ଆଶିଷ କୁମାର ମିଶ୍ର, ଯତୀନ କୁମାର ସାହୁ, ଜିତେଶ କୁମାର ମହାପାତ୍ର ପ୍ରମୁଖ ଯୋଗଦେଇ ଲୋକ ଅଦାଲତ ସଫଳ ରୂପାୟନ କରିଥିବା ବେଳେ କୋର୍ଟର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.