pakka

ଏଣିକି ଓଡ଼ିଶା ହାଇକୋର୍ଟରେ କାର୍ଯ୍ୟ କରିବ ସ୍ଥାୟୀ ଲୋକ ଅଦାଲତ

bbehera

କଟକ : ଓଡ଼ିଶା ହାଇକୋର୍ଟରେ ଏଣିକି ସ୍ଥାୟୀ ଲୋକ ଅଦାଲତ କାର୍ଯ୍ୟ କରିବ ବୋଲି ଜଣାପଡିଛି । ଏହି ଲୋକ ଅଦାଲତରେ ହାଇକୋର୍ଟର ଅବସରପ୍ରାପ୍ତ ଦୁଇ ଜଣ ବିଚାରପତି ଜଷ୍ଟିସ୍‌ ଜେ.ପି. ଦାସ ଏବଂ ବିଚାରପତି ଜଷ୍ଟିସ୍‌ ଏ.କେ. ମିଶ୍ରଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ଏହି କାର୍ଯ୍ୟ ପାଇଁ ଦୁଇଟି ବେଚ୍‌ ଗଠନ କରାଯାଇଥିବା ସୂଚନା ମିଳିଛି । ଗତକାଲି ଜୁଡିସିଆଲ ଏକାଡେମୀରେ ଅନୁଷ୍ଠିତ ‘ମଧ୍ୟସ୍ଥତା କେନ୍ଦ୍ର’ ଉଦ୍‌ଘାଟନ ଉତ୍ସବରେ ନିଜ ବକ୍ତବ୍ୟ ରଖିବା ସମୟରେ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଏସ୍‌. ମୁରଲୀଧର ଏହି ଘୋଷଣା କରିଥିବା ସୂଚନା ରହିଛି । ସେ କହିଥିଲେ ଯେ, ୨୦୧୨ ମସିହାରେ ଶେଷଥର ଲାଗି ମଧ୍ୟସ୍ଥତା କିପରି କରାଯାଏ ସେଥିପାଇଁ ଆଇନଜୀବୀମାନଙ୍କୁ ତାଲିମ୍‌ ପ୍ରଦାନ କରାଯାଇଥିଲା । ୯ ବର୍ଷ ପରେ ପୁନର୍ବାର ଏକ ୪୦ ଘଣ୍ଟିଆ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ହାଇକୋର୍ଟର ୧୫ ଜଣ ଆଇନଜୀବୀ ଏବଂ କଟକବାର୍‌ର ୧୫ ଜଣ ଆଇନଜୀବୀଙ୍କୁ ତାଲିମ ଦେବାର ବ୍ୟବସ୍ଥା କରାଯାଇଥିବା ସୂଚନା ପ୍ରଦାନ କରାଯାଇଛି ।

jay balangir
Leave A Reply

Your email address will not be published.

16 − eight =