ମଣ୍ଡିର ଭିତ୍ତିଭୂମିକୁ ନେଇ ଜିଲ୍ଲାପାଳଙ୍କ ଅସନ୍ତୋଷ : ସଇଁନ୍ତଲା ବ୍ଳକକୁ ଅଚାନକ ଗସ୍ତ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲାରେ ଚଳିତ ବର୍ଷ ମଣ୍ଡି ଆରମ୍ଭ ହେବାକୁ ଯାଉଛି । ତେବେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ସଇଁନ୍ତଲା ବ୍ଳକକୁ ଅଚାନକ ଗସ୍ତ କରିଥିଲେ । କିନ୍ତୁ ଅଧିକାରୀମାନେ ଜିଲ୍ଲାପାଳଙ୍କୁ ଦେଖି ଛାନିଆ ହୋଇ ପଡିଥିଲେ । ତେବେ ସଇଁନ୍ତଲା ସମବାୟ ସମିତି ଆଗରେ ଏକ ହୋଟେଲ ଥିବା ଦେଖି ସମବାୟ ସମିତିର ସମ୍ପାଦକ ରୋହିତ ସାହୁଙ୍କୁ ଭିତ୍ତିଭୂମିର ଅଭାବ ଦେଖା ଦେଇଥିବାରୁ ଅସନ୍ତୋଷ ପ୍ରକାଶ କରିବା ସହ ସମ୍ପାଦକଙ୍କୁ ତାଗିଦ କରିଥିଲେ । ଜିଲ୍ଲାପାଳଙ୍କ ଗସ୍ତ ସମୟରେ ସ୍ଥାନୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.