csstore

ଏବିଭିପି ପକ୍ଷରୁ ଇଞ୍ଜିନିୟରିଂ ଦିବସ ପାଳିତ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାର ଅତାବିରା ଏବିଭିପି ନଗର ଶାଖା ତରଫରୁ ଇଞ୍ଜିନିୟରିଂ ଦିବସ ପାଳିତ ହୋଇଛି ଏବଂ ଏହି ଉପଲକ୍ଷେ ଚିତ୍ରାଙ୍କନ ଓ କୁଇଜ୍ ପ୍ରତିଯୋଗୀତା ଆୟୋଜିତ ହୋଇଥିଲା । ଏହି ସୁବର୍ଣ୍ଣ ସମୟରେ ମୁଖ୍ୟ ଅତିଥି ଭାବେ ଏବିଭିପି ଓଡ଼ିଶା ରାଜ୍ୟ ଉପ ସଭାପତି ଶିବ ପ୍ରସାଦ ତ୍ରିପାଠୀ ଏବଂ ମୁଖ୍ୟ ବକ୍ତା ଭାବେ ଏବିଭିପି ଓଡ଼ିଶା ଟେକ୍ନିକାଲ ଛାତ୍ର ଫୋରମ୍‌ର ପୂର୍ବତନ ସାମାଜିକ ଗଣମାଧ୍ୟମ ସଂଯୋଜକ ତରୁଣକାନ୍ତ ନାୟକ ଯୋଗଦେଇ ଯାନ୍ତ୍ରିକ ଶିଳ୍ପରେ ଇପ୍ସ ବିଶ୍ୱେଶରାୟଙ୍କ ଭାରତ ବର୍ଷରେ ଅବଦାନ ଅତୁଳନୀୟ । ନୂତନ ଭାରତ ଗଠନରେ ସେ ଅଗ୍ରଣୀ ଭୂମିକା ନିର୍ବାହ କରିଥିଲେ । ହୀରାକୁଦ ବନ୍ଧ ତାହାର ଏକ ଉଦାହରଣ ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ । ସମ୍ବଲପୁର ବିଭାଗ ସଂଗଠନ ସମ୍ପାଦକ ନିକୁଞ୍ଜ ବିହାରୀ ପଣ୍ଡା ସଭାକୁ ପରିଚାଳନା କରିଥିଲେ । ଏହି ଅବସରରେ ଆୟୋଜିତ ଚିତ୍ରାଙ୍କନ ପ୍ରତିଯୋଗିତାରେ ସିଦ୍ଧାନ୍ତ ମେହେର ପ୍ରଥମ, ଦେବାଶିଷ ସାହୁ ଦ୍ଵିତୀୟ, ଆଲୋକ କୁମାର ଭେସ୍ରା ଏବଂ ଅୟଶକାନ୍ତ ନନ୍ଦ ତୃତୀୟ ସ୍ଥାନ ଅଧିକାର କରିଥିଲେ । ସେହିପରି କୁଇଜ୍ ପ୍ରତିଯୋଗିତାରେ ଅଞ୍ଜୁଲତା ନେଗି ପ୍ରଥମ, ସ୍ୱିଟୀ ଦାଶ ଦ୍ଵିତୀୟ ଓ ସୁବ୍ରତ ନାଗ ତୃତୀୟ ସ୍ଥାନ ଗ୍ରହଣ କରିଥିଲେ ।

jayashree
Leave A Reply

Your email address will not be published.