ବିଶିଷ୍ଟ ଆଦିବାସୀ ନେତା ନିରଞ୍ଜନ ବିଶି ରାଜ୍ୟସଭାକୁ ମନୋନୀତ ହୋଇଥିବାରୁ ଅଭିନନ୍ଦନ ଓ କୃତଜ୍ଞତା ଜଣାଇଲେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ

ପାଟଣାଗଡ଼, (ଗୋରେଖନାଥ ବରିହା) : ପର୍ଲିରୁ ଦିଲ୍ଲୀ । ଏକ ଗାଁରେ ଜନ୍ମଲାଭ କରି ଆଜି ଅଞ୍ଚଳ ପାଇଁ ଏକ ଗର୍ବ ଓ ଖୁସିର ଖବର ଦେଇଛନ୍ତି । ୧୨-୧୦-୧୮୬୮ ମସିହାରେ ବାପା ସ୍ୱର୍ଗତ ଦେବାର୍ଚ୍ଚନ ବିଶି ଓ ମାତା ସ୍ୱର୍ଗତ କଳାବତୀ ବିଶିଙ୍କ କୋଳମଣ୍ଡନ କଲେ ନିରଞ୍ଜନ ବିଶି । ଗରିବ ପରିବାରରେ ତାଙ୍କର ଜନ୍ମ । ପିଲାଟି ଦିନରୁ ପାଠପଢାକୁ ଗୁରୁତ୍ୱ ଦେଇ ବହୁତ ପରିଶ୍ରମ କରୁଥିଲେ । ଚାଲିଚାଲି ପାଠପଢ଼ି ଯାଉଥିଲେ, ପ୍ରାଥମିକ ଶିକ୍ଷା ପରେ କଲେଜ ଜୀବନ ମଧ୍ୟ ଚାଲି ଚାଲି ଅତିବାହିତ କରିଛନ୍ତି । ପାଠପଢାକୁ ଏତେ ଧ୍ୟାନ ଦେଉଥିଲେ ଯେ, ଘସିଏନ ଓ ଲରମ୍ଭା ମଧ୍ୟରେ ପ୍ରବାହିତ ହେଉଥିବା ଶୁକତେଲ ନଦୀରେ ବର୍ଷା ସମୟରେ ବହି ଯାଉଥିବା ଅତଳ ଜଳ ରାଶିରେ ପହଁରି ପହଁରି ନଦୀର ଏ ପାରିକୁ ଆସି ପାଟଣାଗଡ଼ କଲେଜକୁ ଆସୁଥିଲେ । ତାଙ୍କର ଶିକ୍ଷାଗତ ଯୋଗ୍ୟତା ଏଲ.ଏଲ.ବି, ପି.ଜି.ଡ଼ି, ଆଇ.ଆର ଏଣ୍ଡ ପି.ଏମ । ବହୁତ ସଂଘର୍ଷ କରି ପାଠ ପଢ଼ିଛନ୍ତି । ତାଙ୍କରି ଚାକିରି ଜୀବନରେ ମଧ୍ୟ ଜନସାଧାରଣଙ୍କ ସେବା କରିବା ପାଇଁ ନିଜକୁ ଉତ୍ସର୍ଗ କରିଦେଇଥିଲେ । ବିଭିନ୍ନ ସାମାଜିକ ସଂଗଠନର ନେତୃତ୍ୱ ନେଉଥିଲେ । ଆଦିବାସୀ, ଦଳିତ, ଗରିବମାନଙ୍କ ପାଇଁ ଅହରହ ଲଢେଇ କରୁଥିଲେ । ରାଜ୍ୟ ସାରା ବୁଲି ବୁଲି ସଂଗଠନ କରୁଥିଲେ ସଚେତନ କରୁଥିଲେ । ୨୦୦୬ ମସିହାରୁ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଗଠନ କରି ଜନସାଧାରଣ ତଥା ଆଦିବାସୀଙ୍କ ହକ ପାଇଁ ପ୍ରଶାସନ ଓ ସରକାରକୁ ଘାଇଲା କରୁଥିଲେ । ତାଙ୍କରି ଡ଼ାକରାରେ ହଜାର ହଜାର ଆଦିବାସୀ ଜମା ହେଇ ଯାଉଥିଲେ । ଦୀର୍ଘ ବର୍ଷର ଆନ୍ଦୋଳନରେ ଅନେକ ସଫଳତା ପାଇଛନ୍ତି । ନକଲି ଆଦିବାସୀ, ମଦ ମୁକ୍ତି, ଜମି ମୁକ୍ତି, ସ୍ଥାନୀୟ ନିଯୁକ୍ତି, ବେକାରୀ ମୁକ୍ତ, ଦାଦନ ସମସ୍ୟା, ଅଞ୍ଚଳର ସାମୁହିକ ବିକାଶ ପାଇଁ ଅହରହ ଆନ୍ଦୋଳନ କରୁଥିଲେ । ଆଦିବାସୀମାନଙ୍କୁ ସଚେତନ କରିବାରେ, ଏକତା କରିବାରେ ତାଙ୍କର ମୁଖ୍ୟ ଅବଦାନ ଥାଏ । ଅପେକ୍ଷାର ଫଳ ମିଠା । ଆଜି ସେହି ପରିଶ୍ରମର ଫଳ ତାଙ୍କୁ ରାଜ୍ୟସଭାକୁ ଯିବା ପାଇଁ ପଥ ସୁଗମ କରିଦେଇଛି । ଆଜିଯାଏଁ ସେ ଅନେକ ସଂଗଠନର ନେତୃତ୍ୱ ନେଉଛନ୍ତି ସର୍ବାଗ୍ରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସାଧାରଣ ସମ୍ପାଦକ, ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘର ମହାସଚିବ, ରାଜ୍ୟ ବିଶ୍ୱାବସୁ ଶବର ସଂଘର ସଭାପତି, ପଶ୍ଚିମ ଓଡିଶା କେନ୍ଦୁପତ୍ର କର୍ମଚାରୀ ଶ୍ରମିକ ସଂଘର ସଭାପତି, ପଶ୍ଚିମ ଓଡିଶା ବିଜୁଳି ଶ୍ରମିକ ସଂଘର ସାଧାରଣ ସମ୍ପାଦକ, ସିଟିଜେନ ଫୋରମର ଆବାହକ, ଏମିତି କୋଡିଏ ପଚିଶ ସଂଗଠନର ଗୁରୁତ୍ୱପୂର୍ଣ୍ଣ ନେତୃତ୍ୱ ନେଉଛନ୍ତି । ଆଜି ବିଜେଡି ନିରଞ୍ଜନ ବିଶିଙ୍କୁ ରାଜ୍ୟସଭା ସାଂସଦ ଭାବେ ମନୋନୀତ କରିଥିବାରୁ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ଅଭିନନ୍ଦନ ଓ ସ୍ୱାଗତ ଜଣେଇବା ସହ ପର୍ଲିରୁ ତଥା ଆମ ଅଞ୍ଚଳର ଜଣେ ଆଦିବାସୀଙ୍କୁ ଏତେ ବଡ଼ ଗୁରୁ ଦାୟିତ୍ୱ ଦେଇଥିବାରୁ ଗର୍ବ ଓ ଗୌରବାନ୍ୱିତ ମନେ କରୁଛୁ ବୋଲି ଆଦିବାସୀ ସଂଘ ପକ୍ଷରୁ କୁହାଯାିଛି । ଏଥିରେ ଖୁସି ହୋଇ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ବ୍ଲକ ସଭାପତି ଅଷ୍ଟରତ୍ନ ବାରିହା, ସମ୍ପାଦକ ସାରଥୀ ବାଗ, ସହ ସମ୍ପାଦକ ଗିରିରାଜ ଭୋଇ, ଉପ ସଭାପତି ଗଦି ବରିହା, ଘନ ଭୁଏ, ଧୁବଲେଶ୍ୱର ଭୋଇ, ଜଳ ଧରୁଆ, ନିତ୍ୟା ଶବର, ମନୋଜ ଲୁହା, ଲୋକନାଥ ବାରିକ, ବଳରାମ ବରିହା, ଦେବହରି ଭୁଏ, ମନବୋଧ ବରିହା, ହୃଷିକେଶ ଭୋଇ, ଲେକ୍ରୁ ଧରୁଆ, ବନମାଳୀ ପୁଟା, ଖପ୍ରାଖୋଲ ବ୍ଲକ ସଭାପତି ବିପ୍ର ବିଶି, ସମ୍ପାଦକ ନାରାୟଣ କିଷାନ, ଟିକେଶ୍ୱର ଧରୁଆ, ଲକ୍ଷ୍ମୀ ଶବର, ଯଦୁମଣି ବରିହା, ନିଳାମ୍ବର ବରିହା, ବେଳପଡା ବ୍ଲକ ସଭାପତି ବସନ୍ତ ମାଝୀ, ସମ୍ପାଦକ ରାଜକିଶୋର ଛତ୍ରିଆ, ମିନିକେତନ ଧରୁଆ, ପୁରୁଷୋତ୍ତମ ଧରୁଆ, ଈଶ୍ୱର ମିର୍ଦ୍ଧା, ବେଣୁଧର ମାଝୀ, ଗୁଣନିଧି ବର୍ଗେ ପ୍ରମୁଖ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।

Leave A Reply

Your email address will not be published.