shyamal

ମୁରିବାହାଲ ଅଞ୍ଚଳରୁ ବିଦ୍ୟୁତ୍ ତାର ଚୋରି ଘଟଣା : ଆଉ ୨ ଅଭିଯୁକ୍ତ କୋର୍ଟ ଚାଲାଣ

  • ଗିରଫ ସଂଖ୍ୟା ୬କୁ ବୃଦ୍ଧି
  • ଜିଲ୍ଲାସାରା ବଡଧରଣର ରାକେଟ୍‌ ସକ୍ରିୟ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲାସାରା ଲଗାତାର ଚାଲିଥିବା ବିଦ୍ୟୁତ୍‌ ତାର ଚୋରି ସମ୍ପର୍କରେ ଏକ ବଡଧରଣର ରାକେଟ୍‌ ସକ୍ରିୟ ଥିବା ବାରମ୍ବାର ଅଭିଯୋଗ ହୋଇଆସୁଥିଲା । ପୂର୍ବର ଏକ ତାର ଚୋରି ଘଟଣାରେ ସଂପୃକ୍ତ ଥାଇ ଫେରାର ଥିବା ଅଭିଯୋଗରେ ମୁରିବାହାଲ ଥାନା ପୁଲିସ ରବିବାର ଏହି ଥାନା ବଡସାଇମରା ପଞ୍ଚାୟତ ପତ୍ରାପାଲି(ଗ)ଗ୍ରାମର କୁଞ୍ଜ ଚନ୍ଦନଙ୍କ ପୁଅ ରାକେଶ ଚନ୍ଦନ (୨୭) ଓ ଅପୁଲ ନାଗଙ୍କ ପୁଅ ସୁଜିତ ନାଗ(୨୪)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏମାନଙ୍କୁ ମିଶାଇ ବିଦ୍ୟୁତ୍‌ ତାର ଚୋରି ଅଭିଯୋଗରେ ଗିରଫ ସଂଖ୍ୟା ୬କୁ ବୃଦ୍ଧି ପାଇଛି । ଏହା ପୂର୍ବରୁ ମୁରିବାହାଲ ଥାନା ପୁଲିସ ପ୍ରଥମେ ସଇଁତଳା ଥାନା ଦାବଜୁରୀ, ଭିରକାପଡ଼ା ଗ୍ରାମର ସାହେବ ଛତ୍ରିଆଙ୍କ ପୁଅ ପବିତ୍ର ଛତ୍ରିଆ (୨୬)ନାମକ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହି ତାର ଚୋରି ରାକେଟ୍‌ର ମୁଖ୍ୟ ମାଷ୍ଟରମାଇଣ୍ଡ ବଙ୍ଗୋମୁଣ୍ଡାର ସ୍ଥାୟୀ ବାସିନ୍ଦା ଓ ଦେଓଗାଁର ହାର୍ଡୱେର ବ୍ୟବସାୟୀ କମଳ ଜୈନଙ୍କ ପୁଅ ନିଖିଳ ଜୈନ(୨୫), ଶ୍ରୀ ଜୈନର ସହଯୋଗୀ କଣ୍ଟାବାଞ୍ଜି ଥାନା ଆମପଡ଼ାର ଲୋକନାଥ ବେହେରାଙ୍କ ପୁଅ ପ୍ରକାଶ ବେହେରା(୨୮) ଓ ଲୋଇସିଂହା ଥାନା ଫାସଡ ଗ୍ରାମର ଏମଡି ଅଖତର ଖାଁଙ୍କ ପୁଅ ଏମ୍‌ଡି ଅର୍‌ମାନ୍‌ ଖାଁ (୨୫)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିସାରିଛି । ପୁଲିସ ଅଭିଯୁକ୍ତମାନଙ୍କ ପାଖରୁ ୧୨ ବଣ୍ଡଲ ଚୋରି ବିଦ୍ୟୁତ୍‌ ତାର, ଦୁଇଟି ବାଇକ୍‌ (ଓଡି ୦୩ ଇ ୭୪୩୧) ଓ (ଟିଏନ ୪୨ ଏଡି ୦୫୨୨), ଏକ କଟର ଓ ଏକ ମନିପର୍ସ ଜବତ କରିଥିଲା । ପୁଲିସ ସୂତ୍ରରୁ ସୂଚନା ମତେ ମୁରିବାହାଲ ଥାନା ପତ୍ରାପାଲି(କ) ଗ୍ରାମପଞ୍ଚାୟତ ଅଞ୍ଚଳରେ ବିଦ୍ୟୁତ୍ ତାର ଚୋରି ହେଉଥିବା ସମ୍ପର୍କରେ ମୁରିବାହାଲ ଓ ବଙ୍ଗୋମୁଣ୍ଡା ବିଦ୍ୟୁତ୍ ବିଭାଗ ପକ୍ଷରୁ ସୂଚନା ପାଇ କଣ୍ଟାବାଞ୍ଜି ବିଦ୍ୟୁତ୍ ବିଭାଗ ଏସ୍‌ଡିଓ ଜଗନ୍ନାଥ ପତିଙ୍କ ସହ ଅନ୍ୟ ବିଭାଗୀୟ ଅଧିକାରୀ ପହଞ୍ଚି ଜଣେ ଯୁବକଙ୍କୁ ଚୋରି ବିଦ୍ୟୁତ୍ ତାର, ଦୁଇ ବାଇକ୍‌ ଓ ଅନ୍ୟାନ୍ୟ ସାମଗ୍ରୀ ସହ ପୁଲିସକୁ ହସ୍ତାନ୍ତର କରିଥିଲେ । ଏସ୍‌ଡିଓ ଶ୍ରୀ ପତିଙ୍କ ଏତଲା ମୁତାବକ ପୁଲିସ୍ କେସ୍‌ ନଂ ୧୪୫/୨୪ରୁଜୁ କରି ଅଧିକ ତଦନ୍ତ ଆରମ୍ଭ କରିଥିଲା । ପୁଲିସ ଅଭିଯୁକ୍ତର ସୂଚନା ଆଧାରରେ ଏହି ବିଦ୍ୟୁତ୍ ତାର ଚୋରି ଘଟଣାର ମୁଖ୍ୟ ମାଷ୍ଟରମାଇଣ୍ଡ ବଙ୍ଗୋମୁଣ୍ଡା ଓ ଦେଓଗାଁର ନାମକରା ବ୍ୟବସାୟୀ ନିଖିଳ ଜୈନଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଥିଲା । ମୁଖ୍ୟ ଅଭିଯୁକ୍ତର ସୂଚନା ଆଧାରରେ ପୁଲିସ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରିଥିଲା । ଏହାର ନେଟ୍‌ୱର୍କ ଜିଲ୍ଲାସାରା ବ୍ୟାପିଥିବା ବେଳେ ଏକ ବଡଧରଣର ରାକେଟ୍‌ କାମ କରୁଥିବା ତଥା ଏଥିରେ ବଙ୍ଗୋମୁଣ୍ଡା, ସଇଁତଳା, ଦେଓଗାଁ, ଟିଟିଲାଗଡ ଓ ବଲାଙ୍ଗିର ଭଳି ଜିଲ୍ଲାର ବିଭିନ୍ନ ଅଞ୍ଚଳର କିଛି ଅଭିଯୁକ୍ତ ଯୁବକ, କିଛି ବିଭାଗୀୟ କର୍ମଚାରୀ ଓ ବହୁ ବ୍ୟବସାୟୀମାନେ ସଂପୃକ୍ତ ଥିବା ଅଭିଯୋଗରେ ପୁଲିସ୍ ଅଧିକ ତଦନ୍ତ ଜାରି ରଖିଥିଲା । ପୂର୍ବରୁ ଏହି ଘଟଣାରେ ପୁଲିସ୍ ଦଫା ୩୭୯/୩୪ ଆଇପିସିରେ ଧରାପଡ଼ିଥିବା ଅଭିଯୁକ୍ତ ଯୁବକ ପବିତ୍ର ଛତ୍ରିଆ, ମୁଖ୍ୟ ମାଷ୍ଟରମାଇଣ୍ଡ ତଥା ମୁଖ୍ୟ ଅଭିଯୁକ୍ତ ନିଖିଳ ଜୈନ((୨୫), ପ୍ରକାଶ ବେହେରା(୨୮) ଓ ଏମ୍‌ଡି ଅରମାନ ଖାଁ (୨୫)ଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ରବିବାର ରାକେଶ ଚନ୍ଦନ (୨୭) ଓ ସୁଜିତ ନାଗ(୨୪)ଏପରି ମୋଟ ୬ ଜଣ ସେମାନଙ୍କ ଦୋଷ ସ୍ଵୀକାର କରିବା ପରେ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ଆବେଦନ ଖାରଜ ହେବାରୁ ସମସ୍ତଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି ବୋଲି ଥାନା ଆଇଆଇସି ସିପୋରା ସରାୟ ଲୁଗୁନ ପ୍ରକାଶ କରିଛନ୍ତି ।

purusottam
Leave A Reply

Your email address will not be published.