pakka

ହୋଲି ଖେଳୁଥିବା ବେଳେ ପୁଅକୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ନେଇ ମହିଳା ବଲାଙ୍ଗିର ଟାଉନ୍‌ ଥାନାର ଦ୍ୱାରସ୍ଥ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ହୋଲି ଖେଳୁଥିବା ବେଳେ ପୁଅକୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ନେଇ ବଲାଙ୍ଗିର ଟାଉନ୍‌ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଜଣେ ମହିଳା । ସଂପୃକ୍ତ ମହିଳା ଜଣକ ହେଉଛନ୍ତି ବଲାଙ୍ଗିର ରୁଗୁଡ଼ିପଡ଼ା ଅଧୀନସ୍ଥ ନାଲଖଣ୍ଡିପଡ଼ା ନିବାସୀ ଗାୟତ୍ରୀ ଚନ୍ଦନ । ସେ କହିଛନ୍ତି ଯେ, ଆଜି ଦିନ ୨ଟା ସମୟରେ ସେ ଘରେ ଥିବା ସମୟରେ ତାଙ୍କ ପୁଅ ଓମ୍‌ପ୍ରକାଶ ଚନ୍ଦନ(୨୩) ତାଙ୍କ ସାଙ୍ଗମାନଙ୍କ ସହ ହୋଲି ଖେଳୁଥିଲେ । ତାଙ୍କ ପୁଅ ଓମ୍‌ପ୍ରକାଶ ରୁଗୁଡ଼ିପଡ଼ା ଛକରେ ଥିବା ସମୟରେ ନାଲଖଣ୍ଡିପଡ଼ାର ଚିଣ୍ଟୁ ନାଏକଙ୍କ ସହିତ ୬ ଜଣ ପିଲା ଆସି ଓମ୍‌ପ୍ରକାଶଙ୍କ ସାଂଗଠାରୁ ରଙ୍ଗ ଛଡେ଼ଇ ନେଇଥିଲେ । ତେବେ ଓମ୍‌ପ୍ରକାଶ ସେମାନଙ୍କଠାରୁ ନିଜର ରଙ୍ଗ ଛଡ଼ାଇ ଆଣିଥିବା ବେଳେ ଏତିକିରେ ସେମାନେ ଓମ୍‌ପ୍ରକାଶଙ୍କୁ ରୁଗୁଡ଼ିପଡ଼ା ପାର୍କଲେଣ୍ଡ ହୋଟେଲ୍‌ ସାମ୍ନାରେ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି ସଂପୃକ୍ତ ମହିଳା । ଅଭିଯୋଗକାରିଣୀ ମହିଳା ଗାୟତ୍ରୀ ଚନ୍ଦନ ଆହୁରି କହିଛନ୍ତି ଯେ, ଏତିକି ବେଳେ ମୋ’ ପୁଅ ଓମ୍‌ପ୍ରକାଶ ଘରକୁ ଫେରି ଆସିଥିବା ବେଳେ ଚିଣ୍ଟୁଙ୍କ ସହ ଦଶ ବାର ଜଣ ପିଲା ଟାଙ୍ଗିଆ, ତର୍‌ୱାଲ୍‌, ଠେଙ୍ଗା ଧରି ତାଙ୍କ ଘର ସାମ୍ନାକୁ ପହଂଚିଥିଲେ ଓ ଅଶ୍ଲୀଳ ଭାଷାରେ ଗାଳିଗୁଲଜ୍‌ କରିଥିଲେ । ମାର୍‌ପିଟ୍‌ କରିବାକୁ ଉଦ୍ୟମ କରିବା ସମୟରେ ମହିଳା ଜଣକ ମନା କରିବାରୁ ତାଙ୍କ ପିନ୍ଧିଥିବା ନାଇଟିକୁ ଟଣା ଓଟରା କରିବା ସହ ଜୀବନରେ ମାରିଦେବାକୁ ଧମକ୍‌ ଦେଇଥିଲେ ବୋଲି ସେ କହିଛନ୍ତି । ତେବେ ଏହି ଘଟଣାର ଉଚିତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଲିଖିତ ଭାବେ ଟାଉନ୍‌ ଥାନାରେ ଅଭିଯୋଗ କରିଛନ୍ତି ।

jay balangir
Leave A Reply

Your email address will not be published.

5 × one =