pakka

ଖୁସିର ପର୍ବ ହୋଲି

bbehera

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ହୋଲି ହେଉଛି ଏକ ମହତ୍ୱପୂର୍ଣ୍ଣ ପର୍ବ, ରଙ୍ଗ, ପ୍ରେମ ଓ ବସନ୍ତର ପର୍ବ ହୋଲି । ଏହା ଫାଲ୍‌ଗୁନ ପୂର୍ଣ୍ଣିମା ପରଦିନ ଏହି ଉତ୍ସବ ପାଳନ କରାଯାଏ । ରଙ୍ଗର ପାର୍ବଣ ମଧ୍ୟରେ ସମଗ୍ର ଭାରତ ବର୍ଷର ନିଚ୍ଛକ ଛବିକୁ ଚିତ୍ରିତ କରିଥାଏ । ହୋଲି ଏକ ପର୍ବ ଯେଉଁଥିରେ ସମାଜର ପ୍ରତ୍ୟେକ ବର୍ଗର ଲୋକ ଯିଏ ଯେଝା ଭାବରେ ରଙ୍ଗିନ ହୁଅନ୍ତି । ଅତଏବ ଦୋଳ ଏକ ସାର୍ବଜନୀନ, ବର୍ଣ୍ଣାଢ଼ ପର୍ବ ଏବଂ ଆମ ସଂସ୍କୃତିର ବାର୍ତ୍ତାବହ । ଫାଲ୍‌ଗୁନ ପୂର୍ଣ୍ଣିମା ଫଗୁ ଉତ୍ସବ ରୂପେ ଅଭିହିତ । ଏହାକୁ ଲୋକେ ସାଧାରଣରେ ଦୋଳପୂର୍ଣ୍ଣିମା ଭାବେ ପାଳନ କରିଥାଆନ୍ତି । ପୌରାଣିକ ଗାଥା ଅନୁଯାୟୀ ଅଧର୍ମରବିନାଶ ଓ ଧର୍ମର ଜୟଯାତ୍ରାକୁ ସ୍ମରଣକରିବା ପାଇଁ ହୋଲି ଉତ୍ସବ ପ୍ରାରମ୍ଭ ହୋଇଥିଲା । ହୋଲିକା ନାଁରୁ ହୋଲି ଶବ୍ଦର ଉତ୍ପତ୍ତି ବୋଲି କୁହାଯାଏ । ଦୋଳପୂର୍ଣ୍ଣମୀ ଏବଂ ହୋଲି ଉଭୟ ହେଉଛି ପ୍ରେମ, ଭକ୍ତି, ସ୍ନେହ-ଶ୍ରଦ୍ଧା, ସମନ୍ୱୟ ସଦ୍‌ଭାବନା, ଭାଇଚାରା ଓ ଆତ୍ମୀୟତାର ପର୍ବ । ଦୋଳଯାତ୍ୟଳ ଶ୍ରୀକୃଷ୍ଣଙ୍କର ଗୋପଲୀଳାର ନିଦର୍ଶନ । ଓଡ଼ିଶାରେ ଫଗୁ ଦଶମୀରୁ, ଦୋଳଯାତ୍ରା ଆରମ୍ଭ ହୋଇଥାଏ । ଦୋଳଯାତ୍ରାର ମୁଖ୍ୟ ଆରାଧ୍ୟ, ଶ୍ରୀରାଧା ଓ ଶ୍ରୀକୃଷ୍ଣଙ୍କ ନିକଟରେ ଫଗୁ ଦଶମୀଠାରୁ ଅବିର ଅର୍ପଣ ସହିତ ଦୋଳଯାତ୍ରା ଆରମ୍ଭ ହୁଏ । ଦୋଳପୂର୍ଣ୍ଣମୀର ପରଦିନ ଭକ୍ତମାନେ ନିଜନିଜ ଭିତରେ ଫଗୁ ଅବିର ବୋଳାବୋଳି ହୋଇ ହୋଲି ପର୍ବ ପାଳନ କରନ୍ତି । ଅନ୍ୟପକ୍ଷରେ କହିବାକୁ ଗଲେ, ଦୋଳ ପର୍ବର ପ୍ରାକୃତିକ, ପୌରାଣିକ,ଐତିହାସିକ, ସାମାଜିକ, ବୈଜ୍ଞାନିକ ଭିତ୍ତିଭୂମି ଅତି ସୁଦୃଢ଼ । ଏହାର ଆଧ୍ୟାତ୍ମିକ ତଥା ସାଂସ୍କୃତିକ ବୈଶିଷ୍ଟ୍ୟ ଅତୁଳନୀୟ । ଏହା ଫଗୁ ଉତ୍ସବ ରୂପେ ଅଭିହିତ । ହୋଲିରେ ବିଶେଷ ଧାର୍ମିକ ଅନୁଷ୍ଠାନ ନାହିଁ, କିନ୍ତୁ ଧାର୍ମିକ ଭାବନା ଏହାର ଅନ୍ତଃସ୍ରୋତ । ଲୋକେ ପ୍ରଥମେ ରଙ୍ଗ ପ୍ରିୟ ଠାକୁର ଶ୍ରୀକୃଷ୍ଣଙ୍କୁ ରଙ୍ଗ କରିଥାନ୍ତି । ହୋଲି ଆସିଲେ ଖୋଲା ରାସ୍ତା ପାର୍କ, ଗଳିକନ୍ଦି ସାହି, ବସ୍ତି ଆଦି ପରିବେଶ ମତୁଆଲା ହୋଇଉଠେ । ନୂତନ ଉତ୍ସାହ ଚାରିଆଡ଼େ ଖେଳିଯାଏ । ହୋଲି ପାଖରେ ଜାତି, ବୟସ, ଲିଙ୍ଗ, ଶିକ୍ଷା, ଧନୀଗରିବ ଓ ପଦର ମୂଲ୍ୟ ନଥାଏ । ହୋଲି ଦିନ ସକାଳୁ ରଙ୍ଗିଆ ଓ ରଙ୍ଗବତୀମାନେ ଦଳଦଳ ହୋଇ ହାତରେ ରଙ୍ଗମୁଣି ଓ ପିଚକାରି ଧରି ବୁଲନ୍ତି । କେଶବିନ୍ୟାସ ସାଇପଡ଼ିଶା,ବନ୍ଧୁବାନ୍ଧବ,ଜଣାଅଜଣା ପଥଚାରୀ ଏପରିକି କି ଶତ୍ରୁକୁ ମଧ୍ୟ ଭେଟନ୍ତି, ଯାହାକୁ ପାଆନ୍ତି ତାଙ୍କ ମୁହଁ ଓ ଦେହରେ ବୋଳନ୍ତି, ରଙ୍ଗିନରଙ୍ଗ, ହସନ୍ତି, ହସାନ୍ତି, ମିଠା ଦିଅନ୍ତି ଆଉ ଖୁଆନ୍ତି । ହୋଲିର ବର୍ଷବିଭାରେ ମନବିଭୋର ହୋଇଉଠେ । ରଙ୍ଗରଭାବର ପସରା ପସରାପାଲଟେ । ଦେହମନରେ ଏକ ଭାବାବେଗ ଓ ଅକୁହା ଶିହରଣ, ଖେଳିଯାଏ । ଫୁଟିଉଠେ ଆପଣାପଣ, ଫିଟିଯାଏ ସ୍ନେହ, ପ୍ରେମ, ମୈତ୍ରୀ ଆଉ ସାମ୍ୟ ହେଉଛି ହୋଲି । ଏହି ଅବସରରେ ଘୋରଡ଼ିଆରୁ ଡଭାର ପବିତ୍ର ହୋଲି ଯାତ୍ରାରେ ବରିଷ୍ଠ ଶିକ୍ଷାବିତ ଗୋବର୍ଦ୍ଧନ ବରାଳ, ସାମ୍ବାଦିକ ଦିଲ୍ଲୀପ କୁମାର ଧାଉଡ଼ିଆ, ସମାଜସେବୀ ଆଲୋକମୟ ହରିଚନ୍ଦନ, ସ୍ୱେଛାସେବୀ ରବୀନ୍ଦ୍ର କୁମାର ସାହୁ, ବାବୁରାମ ଦାସ, ସନ୍ତୋଷ କୁମାର କୁଣ୍ଡୁ ଏବଂ ଭରତ ବାରିକ ପ୍ରମୁଖ ସାମିଲ ହୋଇ ପରସ୍ପରକୁ ରଙ୍ଗ ବୋଳି ଓ ମିଠା ଖୁଆଇ ରଙ୍ଗର ପର୍ବ ହୋଲି ଉତ୍ସବକୁ ଆନନ୍ଦ ଉଲ୍ଲାସରେ ପାଳନ କରିଥିଲେ ।

Leave A Reply

Your email address will not be published.

7 + eleven =