csstore

ଆଙ୍ଗନବାଡି କର୍ମୀଙ୍କ ଦୁର୍ନୀତି ଓ ଦୁର୍ବ୍ୟବହାର ବିରୁଦ୍ଧରେ ଅଭିଯୋଗ ପତ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଜୁନାଡିହି ପଡାବାସୀ ତଥା ୱାର୍ଡ ନଂ.୯ ଅଂଚଳବାସୀମାନେ ଜୁନାଡିହିର ଆଙ୍ଗନବାଡି କର୍ମୀ ସସ୍ମିତା ନାମଦେଓଙ୍କ ଦୁର୍ନୀତି ଓ ଦୁର୍ବ୍ୟବହାର ବିରୁଦ୍ଧରେ ସ୍ଥାନୀୟ ଆଦର୍ଶ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଯଦିଓ ସେମାନେ ଏ ବିଷୟରେ ୨୦୧୭ରୁ ପୋଲିସ ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ଆସିଛନ୍ତି, କିନ୍ତୁ ଏହାର କୌଣସି ସୁଫଳ ମିଳିନଥିବା ବେଳେ ଅଭିଯୁକ୍ତ ଆଙ୍ଗନବାଡୀ କର୍ମୀ ସବ୍‌କଲେକ୍ଟରଙ୍କ ସହ ମୋର ବିଶେଷ ଘନିଷ୍ଠତା ଥିବା ବେଳେ ତମେମାନେ ମୋର କ’ଣ କରି ପାରିବ, ମୁଁ ଯାହା ଚାଁହିବି ସବକଲେକ୍ଟରଙ୍କ ଜରିଆରେ ସବୁ କିଛି କରିପାରିବି ବୋଲି କହି ବୁଲୁଥିବା ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ ମା’ ଓ ଶିଶୁମାନଙ୍କ ନାମରେ ଛତୁଆ, ବାଦାମ ଲଡ଼ୁ, ସୁଜି ହାଲୁଆ ପ୍ୟାକେଟ୍‌ ଅଙ୍ଗନୱାଡ଼ି କର୍ମୀ କାର୍ଯ୍ୟାଳୟକୁ ଆସୁଛି, ମାତ୍ର ତାହା ବଂଟନ ନ କରି ନିଜେ ବିକ୍ରୟ କରି ଆତ୍ମସାତ୍‌ କରୁଛନ୍ତି । ଅଂଚଳବାସୀ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି, ପ୍ରାକ୍‌ ବିଦ୍ୟାଳୟ ୩ ବର୍ଷରୁ ୬ ବର୍ଷ ବୟସର ଶିଶୁମାନଙ୍କୁ ଆଦୌ ଶୁଖିଲା ଖାଦ୍ୟ ବଂଟନ କରୁନାହାନ୍ତି । ଜଣେ ଦୁଇ ଜଣଙ୍କୁ ଦେଇ ଫଟୋ ଉଠାଇ ଦେଇ ଖାଦ୍ୟ ପଇସା ଆତ୍ମସାତ୍‌ କରୁଛନ୍ତି । ପ୍ରାକ୍‌ ବିଦ୍ୟାଳୟର ଶିଶୁମାନଙ୍କୁ ଡ୍ରେସ୍‌ ନ ଦେଇ ଡ୍ରେସ ଅର୍ଥ ହେର୍‌ଫେର୍‌ ହେଉଥିବା ମଧ୍ୟ ଅଭିଯୋଗ କରିଛନ୍ତି । ସଂପୃକ୍ତ ଅଙ୍ଗନବାଡ଼ି କର୍ମୀ ଜାତିଆଣ ଭାବ ରଖି ଶିଶୁମାନଙ୍କୁ ହାତ ଉଠେଇବା ସହ ଛୋଟ ଜାତିର ଶିଶୁମାନଙ୍କୁ ନ ଛୁଇଁବା ଭଳି ଅଭିଯୋଗ କରିବା ସହ ଶିଶୁମାନେ ପରିଶ୍ରା କରିଦେଲେ କଦର୍ଯ୍ୟ ଭାଷାରେ ଗାଳିଗୁଲଜ କରୁଥିବା ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି । ତେବେ ଏ ସଂପର୍କରେ ତଦନ୍ତ କରାଯାଇ ଉଚିତ ପଦକ୍ଷେପ ଗ୍ରହଣ କରିବାକୁ ଲକ୍ଷ୍ମୀ କୁମ୍ଭାର, ପ୍ରିୟଙ୍କା କୁମ୍ଭାର, ଅରୁଣା କୁମ୍ଭାର, ସସ୍ମିତା କୁମ୍ଭାର, ସେବତୀ କୁମ୍ଭାର ଆଦି ଅଂଚଳବାସୀ ଦାବୀ କରିଛନ୍ତି ।

jayashree
Leave A Reply

Your email address will not be published.