csstore

କରମତଲା ବିଦ୍ୟୁତ ଗ୍ରୀଡ଼ ନିଯୁକ୍ତି ଚୟନରେ ଅନିୟମିତତା ଅଭିଯୋଗ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କରମତଲାଠାରେ ନୂତନ ଭାବରେ କାର୍ଯ୍ୟକ୍ଷମ ହୋଇଥିବା ବିଦ୍ୟୁତ ଗ୍ରୀଡ଼ରେ କିଛି ଦିନ ତଳେ ନିଯୁକ୍ତି ଚୟନ ପ୍ରକ୍ରିୟା ଆରମ୍ଭ ହୋଇଥିଲା ହେଲେ ଏହି ନିଯୁକ୍ତି ଚୟନ ପ୍ରକ୍ରିୟାରେ ଅନେକ ଅନିୟମିତତା କରାଯାଉଥିବା ଅଭିଯୋଗ ହେଉଛି ଏବଂ ଟଙ୍କା ଆଦାୟ କରି ତାଙ୍କର ସଂପର୍କିୟ ଲୋକଙ୍କୁ ନିଯୁକ୍ତି ଦିଆଯାଇଥିବା ବ୍ଳକ ସରପଞ୍ଚ ସଂଘର ସଭାପତି ହିମାଂଚଳ ବୁଡେକ ସମେତ ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଛନ୍ତି । ଏନେଇ ବିଭାଗୀୟ ଅଧିକାରୀଙ୍କୁ ଲିଖିତ ଅଭିଯୋଗ ମଧ୍ୟ କରାଯାଇଛି । ଅଭିଯୋଗ ଅନୁଯାୟୀ, ଅନେକ ଶିକ୍ଷିତ ବେକାରୀ ଯୁବକ ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ପାଇଁ ଧନ୍ଦି ହେଉଛନ୍ତି । ତେବେ ଏଭଳି ପରିସ୍ଥିତିରେ ମନ୍ତ୍ରୀ ଟୁକୁନି ସାହୁ ତଥା ପଶ୍ଚିମ ଓଡ଼ିଶାର ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀଙ୍କ ଦ୍ଵାରା ଏହି ଗ୍ରୀଡ଼ ଉଦ୍‌ଘାଟିତ କରାଯାଇଥିବା ବେଳେ କିଛି ପଦବୀ ସୃଷ୍ଟି ହୋଇଥିବା ନେଇ ନିଯୁକ୍ତି ଆଶା ସଂଚାର ହୋଇଛି । ଅନ୍ୟପକ୍ଷରେ ଏଠାରେ ନିଯୁକ୍ତି ନେଇ ଖୋଲାଖୋଲି ନିଲାମ ଭଳି ପ୍ରକ୍ରିୟା ଚାଲିଥିବା ସ୍ଥାନୀୟ ଯୁବକଙ୍କୁ ନିରାଶ କରିଛି । ବିଦ୍ୟୁତ ବିଭାଗ ଉଚ୍ଚ କତ୍ତୃପକ୍ଷ ତଥା ବଲାଙ୍ଗିର ଜିଲ୍ଲାପାଳ ଅଭିଯୋଗର ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି । ଏହା ସହିତ ନିଯୁକ୍ତି ପ୍ରକ୍ରିୟାରେ ସ୍ଥାନୀୟ ଯୁବକଙ୍କୁ ଅଗ୍ରାଧିକାର ଦେବା ପାଇଁ ମଧ୍ୟ ଦାବୀ ହେଉଛି । ଅନେପଟେ ନିଯୁକ୍ତି ଚୟନରେ କିଭଳି ଭାବରେ ଯୁବକମାନଙ୍କୁ ନିଯୁକ୍ତି ସୁଯୋଗ ଦିଆଯାଇଛି ତାହା ସ୍ଥାନୀୟ ବିଦ୍ୟୁତ ବିଭାଗୀୟ ଅଧିକାରୀ ମାନେ ମଧ୍ୟ ଜାଣି ନଥିବା ପ୍ରକାଶ କରିଛନ୍ତି । ଯଦି ଜିଲ୍ଲା ପ୍ରଶାସନ ପକ୍ଷରୁ ତଦନ୍ତ ନ କଲେ ସାତ ଦିନ ମଧ୍ୟରେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ସରପଞ୍ଚ ସଂଘ ସଭାପତି ହିମାଂଚଳ ବୁଡେକ, ବିଜେଡି ଜିଲ୍ଲା ଛାତ୍ର ନେତା ଆଲୋକ ବୁଡେକ, ସମିତି ସଭ୍ୟ ସୁବାଷ ବୁଡେକ, ଦୀପକ ବୁଡେକ ପ୍ରମୁଖ ଚେତାବନୀ ଦେଇଛନ୍ତି ।

jayashree
Leave A Reply

Your email address will not be published.