ls

ଟିକ୍ରାପଡାରେ ଅଭାବନୀୟ ଘଟଣା : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୬ ଗୋରୁଙ୍କ ମୃତ୍ୟୁ ଅଭିଯୋଗ

a12
  • କ୍ଷତିପୂରଣ ପାଇଁ ସାଧାରଣରେ ଦାବୀ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ଟିକ୍ରାପଡାର ବଡ଼ବାହାଲଠାରେ ରବିବାର ବିଦ୍ୟୁତ ସଂସ୍ପର୍ଶରେ ଆସି ୬ ଗୋଟି ଗୋରୁଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ଏଥିରେ ବିଦ୍ୟୁତ ବିଭାଗର ଅପାରଗତା ଯୋଗୁଁ ଏଭଳି ୬ ଗୋଟି ବଳଦର ଜୀବନହାନୀ ଘଟିଛି ବୋଲି ଅଞ୍ଚଳରେ ତୀବ୍ର ଅସନ୍ତୋଷର ବାତାବରଣ ଦେଖାଦେଇଛି । ପ୍ରକାଶ ଯେ, ଟିକ୍ରାପଡା ଗାଁର କୀର୍ତ୍ତି ବାଗଙ୍କ ଗୋଟିଏ ବଳଦ, ଟିକ୍ରାପଡା ନିକଟସ୍ଥ ଅନ୍ତର୍ଲା ଗାଁର ଭାସ୍କର ସାହୁଙ୍କ ୨ଟି ଗାଈ, ଘାସିରାମ ଭାଟିଙ୍କ ଗୋଟିଏ ବଳଦ ଓ ଅନ୍ୟ ୨ ଗୋଟି ବଳଦର ମାଲିକଙ୍କ ନାମ ଜଣାପଡିନାହିିଁ । ଅଭିଯୋଗ ଅନୁସାରେ ଆଜି ସକାଳେ ବଡ଼ବାହାଲକୁ ବଳଦମାନେ ଚରିବାକୁ ଆସିଥିଲେ । ତେବେ ଝଡ଼ ତୋଫାନ ଯୋଗୁଁ ଛିଣ୍ଡି ପଡ଼ିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୬ ଗୋଟି ବଳଦ ମୃତ୍ୟୁବରଣ କରିଥିବା ଜଣାପଡିଛି । ଯାହାକୁ ନେଇ ବିଦ୍ୟୁତ ବିଭାଗର ଖାମଖିଆଲି ଅବହେଳା ଯୋଗୁଁ ୬ ଗୋଟି ଗୋରୁଙ୍କ ମୃତ୍ୟୁ ଘଟଣାକୁ ନେଇ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏ ନେଇ ସଇଁତଲା ବିଦ୍ୟୁତ ବିଭାଗ ଏସଡ଼ିଓ ଅଂଶୁମାନ ସାହୁଙ୍କୁ ପଚାରିବାରୁ ଝଡ଼ ତୋଫାନ ଯୋଗୁଁ ବିଦ୍ୟୁତ ତାର ଛିଣ୍ଡି ପଡିଥିଲା । ଏହାର ତଦନ୍ତ କରାଯିବ ବୋଲି ପ୍ରକାଶ କରିଥିଲେ । ଏ ଘଟଣାକୁ ନେଇ ଭାସ୍କର ସାହୁ ଟିକ୍ରାପଡା ଫାଣ୍ଡିରେ ମଧ୍ୟ ଲିଖିତ ଅଭିଯୋଗ କରିଛନ୍ତି । ଏଣୁ ବିଦ୍ୟୁତ ବିଭାଗର ଏଭଳି ଅପାରଗତା ଯୋଗୁଁ ଏହି ଅଭାବନୀୟ ଘଟଣା ଘଟିଛି ବୋଲି ମତପ୍ରକାଶ ପାଇଛି । ତେଣୁ ଚାଷୀମାନଙ୍କ ପରିବାରଙ୍କୁ ଶୀଘ୍ର ଆର୍ଥିକ ସାହାଯ୍ୟ ଯୋଗାଇ ଦେବା ପାଇଁ ସଇଁତଲା ବ୍ଲକର ପୂର୍ବତନ ଉପାଧ୍ୟକ୍ଷ ହୃଷିକେଶ ରାଜପଲିଆ ଦାବୀ କରିଛନ୍ତି ।

manabhanjan
Leave A Reply

Your email address will not be published.