pakka

ଯୁବ ବ୍ୟବସାୟୀଙ୍କ ଘରୁ ୫ ଲକ୍ଷ ଟଙ୍କା ଚୋରି ଅଭିଯୋଗ

bbehera

ଧର୍ମଗଡ : କଳାହାଣ୍ଡି ଜିଲ୍ଲା ଧର୍ମଗଡର ଜଣେ ବ୍ୟବସାୟୀଙ୍କ ଘରୁ ୫ ଲକ୍ଷ ଟଙ୍କା ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ସୂଚନାନୁସାରେ ଧର୍ମଗଡର ଯୁବ ବ୍ୟବସାୟୀ ତଥା ପେଟ୍ରୋଲ୍‌ ପମ୍ପ ମାଲିକ ଦିନେଶ ଅଗ୍ରୱାଲଙ୍କ ଘରକୁ ଗତକାଲି ରାତିରେ ଚୋରମାନେ ପଶି ତାଙ୍କ ମାଆଙ୍କ ଘରେ ଥିବା ଆଲମିରାରୁ ଟଙ୍କା ଭତ୍ତି ବ୍ୟାଗ୍‌କୁ ନେଇ ଫେରାର୍‌ ମାରୁଥିଲେ । ଏହି ସମୟରେ ମାଆଙ୍କ ପାଖରେ ଶୋଇଥିବା ଦିନେଶଙ୍କ ଭଉଣୀ ଜଣେ ଚୋରକୁ କାବୁ କରି ନେଇଥିଲେ । ହେଲେ ଅନ୍ୟ ଚୋର ଜଣକ ତାଙ୍କ ଭଉଣୀକୁ ଆକ୍ରମଣ କରି ଟଙ୍କା ଭତ୍ତି ବ୍ୟାଗ୍‌ ଧରି ଚୋରମାନେ ଫେରାର୍‌ ହୋଇଯାଇଥିଲେ । ଏପରିକି ଘରେ ଲାଗିଥିବା ସିସିଟିଭି ହାର୍ଡଡିକ୍ସକୁ ମଧ୍ୟ ନେଇଯାଇଥିବା ଜଣାପଡିଛି । ଏ ନେଇ ଧର୍ମଗଡ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଡଗ୍‌ ସ୍କ୍ୱାଡ୍‌ ସହ ସାଇଣ୍ଟିଫିକ୍‌ ଟିମ୍‌ ଆସି ଘଟଣାର ତଦନ୍ତ କରିଥିଲେ । ପୁଲିସ ଜଣକୁ ଅଟକ ରଖିଥିବା ଧର୍ମଗଡ ଥାନା ଅଧିକାରୀ ଦୀପାଞ୍ଜଳି ପ୍ରଧାନ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

19 + 15 =