pakka

ସ୍ତ୍ରୀକୁ ଗୁଳିକରି ହତ୍ୟାକଲା ମଦ୍ୟପ ସ୍ଵାମୀ

bbehera

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଗେରେଡ଼ିସାହି ଗ୍ରାମରେ ଘରୋଇ କଳହକୁ କେନ୍ଦ୍ରକରି ସ୍ତ୍ରୀକୁ ଗୁଳିକରି ହତ୍ୟାକଲା ମଦ୍ୟପ ସ୍ଵାମୀ । ସୂଚନା ଅନୁଯାୟୀ, ହରଭଙ୍ଗା ଥାନା ଗେରେଡ଼ିସାହି ଗ୍ରାମର ରୋହିତ ମଲ୍ଲିକ ଓ ପତ୍ନୀ ଗୀତାଞ୍ଜଳି ମଲ୍ଲିକଙ୍କ ମଧ୍ୟରେ ଘରୋଇ କଳହକୁ କେନ୍ଦ୍ରକରି ବଚସା ହୋଇଥିଲା । ଏଥିରେ ଉତ୍‌କ୍ଷିପ୍ତ ହୋଇ ରୋହିତ ମଲ୍ଲିକ ଏକ ଦେଶୀ ବନ୍ଧୁକରେ ଗୀତାଞ୍ଜଳିଙ୍କ ଉପରକୁ ଗୁଳି ଚଳାଇଥିଲେ । ଫଳରେ ଘଟଣାସ୍ଥଳରେ ଗୀତାଞ୍ଜଳି ଟଳି ପଡ଼ିଥିଲେ । ତେବେ ସ୍ତ୍ରୀକୁ ହତ୍ୟା କରିବା ପରେ ରୋହିତ ସେଠାରୁ ଫେରାର୍ ହେବା ବେଳେ ଗ୍ରାମବାସୀମାନେ ତାଙ୍କୁ କାବୁ କରି ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିବା ସହ ଦେଶୀ ବନ୍ଧୁକ ଜବତ କରିଛି । ଗୀତାଞ୍ଜଳିଙ୍କ ଶବ ବ୍ୟବଚ୍ଛେଦ ପାଇଁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି ।

jay balangir
Leave A Reply

Your email address will not be published.

4 × 4 =

error: Content is protected !!