jayashree

ଗଜବନ୍ଧରେ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନର ଶୁଭାରମ୍ଭ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଗଜବନ୍ଧ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସିଏଚ୍‌ଓ ସନ୍ତୋଷିନୀ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସ୍ଥାନୀୟ ପଂଚାୟତ ସମିତି ସଭ୍ୟା ମୁଖ୍ୟ ଅତିଥିଭାବେ ଯୋଗଦେଇ ଫିତା କାଟି ଶୁଭ ଉଦଘାଟନ କରିବା ସହ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ । ସୁସ୍ଥ ନାରୀ ହିଁ ସୁସ୍ଥ ପରିବାରର ମୁଖ୍ୟ ସ୍ତମ୍ଭ ତେଣୁ ସମସ୍ତ ନାରୀ ନିକଟସ୍ଥ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରକୁ ଆସି ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ଅନୁରୋଧ ଜଣାଇଥିଲେ । ସମ୍ମାନିତ ଅତିଥି ଭାବେ ଗଜବନ୍ଧ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ନରେନ୍ଦ୍ର ପୁରୋହିତ ଯୋଗଦେଇ ପରିବାରକୁ ଶିକ୍ଷା କ୍ଷେତ୍ରରେ ଆଗେଇ ନେବା ପାଇଁ ମାଆ ଭଉଣୀମାନେ ନିଜ ସ୍ୱାସ୍ଥ୍ୟକୁ ଧ୍ୟାନ ଦେବା ସହ ନିୟମିତ ବ୍ୟବଧାନରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରକୁ ଆସି ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ମତାମତ ଦେଇଥିଲେ । ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନର ଶିକ୍ଷୟିତ୍ରୀ, ସହାୟକ ମହିଳା କର୍ମଚାରୀ, ଆଶା କର୍ମୀ, ଅଙ୍ଗନୱାଡି କର୍ମୀ, ପାଚିକା ସହାୟିକା, ଅଧ୍ୟାପିକା, ଏମ୍‌ବିକେ ସିଆର୍‌ପି, ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା ଓ ନିର୍ବାଚିତ ମହିଳା ପ୍ରତିନିଧି ନିଜ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ । ଶେଷରେ ସ୍ଥାନୀୟ ମହିଳା ସ୍ୱାସ୍ଥ୍ୟ କର୍ମୀ ଶାନ୍ତିଲତା ବୁଡ଼େକ ଏହି କାର୍ଯ୍ୟକ୍ରମର ରୂପରେଖ କହିବା ସହ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଗଜବନ୍ଧ ଅଧୀନରେ ଯାଉଥିବା ବ୍ରାହ୍ମଣୀପାଲି, ଗଜବନ୍ଧ କାଇସକନ୍ଦା, କେନ୍ଦୁପାଲି, କୁଶଦାଦର, ପଣ୍ଡରାପାଲି, ସାଲେପାଲିରେ ପ୍ରତ୍ୟେକ ଗ୍ରାମସ୍ତରରେ ନିର୍ଦ୍ଧାରିତ ଦିନ ମାନଙ୍କରେ ସମସ୍ତ ମହିଳା ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର କରାଯିବ ବୋଲି ସୂଚନା ପ୍ରଦାନ ସହ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.