କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଅଲ୍ ଇଣ୍ଡିଆ କଂଗ୍ରେସ କମିଟି ଓ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟରେ ଜିଲ୍ଲାସ୍ତରୀୟ କଂଗ୍ରେସ କମିଟି ସଭାପତି ଚୟନ ପ୍ରକିୟା ଆରମ୍ଭ କରାଯାଇଛି । ଜିଲ୍ଲା ସଭାପତି ଚୟନ ନେତା ମାନଙ୍କୁ ନେଇ ଚୟନ ପ୍ରକିୟା ନକରି ପ୍ରଥମ ଥର ପାଇଁ ଜିଲ୍ଲା ମାନଙ୍କରେ ସ୍ଥାନୀୟ କର୍ମୀଙ୍କ ଦ୍ୱାରା ନିଜର ନେତା ଚୟନ ପ୍ରକିୟା ଆରମ୍ଭ କରାଯାଇଛି । ଏହି ପରିପ୍ରେକ୍ଷୀରେ ରବିବାର ଦିନ କଲମପୁର ବ୍ଲକ କଂଗ୍ରେସ ସଭାପତି ବିପିନ ବିହାରୀ ପ୍ରଧାନିଙ୍କ ଅଧ୍ୟକ୍ଷତାରେ କଲମପୁର କଲ୍ୟାଣ ମଣ୍ଡପ ପରିସରରେ ସଂଗଠନ ସୃଜନ ଅଭିଯାନ ସଭା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅଲ୍ ଇଣ୍ଡିଆ କଂଗ୍ରେସ କମିଟି ପର୍ଯ୍ୟବେକ୍ଷକ ସେକ୍ ମୁସ୍ତାଫ ଅଲ୍ଲୀ, କଳାହାଣ୍ଡି ଜିଲ୍ଲା ନାରୀନେତ୍ରୀ ଦ୍ରୋପଦି ମାଝୀ, କଳାହାଣ୍ଡି ଜିଲ୍ଲା ସଂଯୋଜକ ଜଳନ୍ଧର ନାଏକ, ଜିଲ୍ଲା ଯୁବ ସଭାପତି ମହମ୍ମଦ ସାହେବ, ସଦର ସଭାପତି ସୁବାସ ପ୍ରଧାନ, ଯୁବ ସଂପାଦକ ପ୍ରିତମ ବେହେରା, ଛାତ୍ର ସଭାପତି ଶୋଭନ ବାରିକ, କୋକସରା ବ୍ଲକ ସଭାପତି ଲିଙ୍ଗରାଜ ବେହେରା ପ୍ରମୁଖ ଯୋଗଦେଇ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବା ସହିତ ତୃଣମୂଳ ସ୍ତରରେ କଂଗ୍ରେସ କିପରି ସଶକ୍ତ ହୋଇପାରିବ ସେନେଇ ସମସ୍ତ କର୍ମୀ ଏକଜୁଟ ହୋଇ କାମ କରିବା ପାଇଁ ଆହ୍ୱାନ ଦେଇଥିଲେ । ସମ୍ପ୍ରତି ଜାତୀୟ ସ୍ତରରେ କଂଗ୍ରେସ ଦଳର ନବକଳେବର ହେବାକୁ ଯାଉଥିବା ବେଳେ ତୃଣମୂଳ ସ୍ତରରେ ସଂଗଠନକୁ ସୁଦୃଢ କରିବା ଉଦ୍ଦେଶ୍ୟରେ ପ୍ରତ୍ୟେକ ଜିଲ୍ଲା ସଭାପତିଙ୍କୁ ଚୟନ ପାଇଁ ତୃଣମୂଳ ସ୍ତରରେ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ । ତତ ସହିତ ଜିଲ୍ଲା ସଭାପତି ଚୟନ ନିମନ୍ତେ ଆସିଥିବା ସମସ୍ତ କର୍ମୀ ମାନଙ୍କ ଠାରୁ ବ୍ୟକ୍ତିଗତ ଓ ଦଳଗତ ଭାବରେ ମତାମତ ସଂଗ୍ରହ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ କଲମପୁର ଜୋନ ୧ ସଭାପତି ଗଣେଷ ନାଗ,କଲମପୁର ଜୋନ ୨ ସଭାପତି ତରୁଣୀ ପଟେଲ, ବଶିଷ୍ଠ କଂଗ୍ରେସ କର୍ମୀ ଜଗନ୍ନାଥ ନାଏକ, ପବିତ୍ର ବାଗ, ଶ୍ୟାମ ନାଗ, ଗଣେଶ ରଣାଙ୍କ ସମେତ ସ୍ଥାନୀୟ ଅଞ୍ଚଳର ବହୁ କଂଗ୍ରେସ କର୍ମୀ ଯୋଗଦେଇଥିଲେ ।