
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ. ନୂଆଗାଁ ବ୍ଲକର ସାରଙ୍ଗଡ଼ ଥାନା ପକ୍ଷରୁ ପାବୁରିଆ ହାଇସ୍କୁଲ ସଭାଗୃହ ପରିସରରେ ନିଶାମୁକ୍ତ ଓଡିଶା ଅଭିଯାନ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ସାରଙ୍ଗଡ଼ ଥାନା ଅଧିକାରୀଣୀ ସ୍ମିତା ଜେନାଙ୍କ ନେତୃତ୍ଵରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମଗ୍ର କନ୍ଧମାଳ ଜିଲ୍ଲାକୁ କିଭଳି ଭାବରେ ନିଶାମୁକ୍ତ ଜିଲ୍ଲା କରାଯାଇ ପାରିବ ସେନେଇ ସଚେତନତା ବାର୍ତ୍ତା ଦେବା ସହ ନିଶାଠୁ ଦୁରେଇ ରହିବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ଶପଥ ପାଠ କରାଇଥିଲେ । ଏଥିରେ ପାବୁରିଆ ହାଇସ୍କୁଲର ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ରହି ଏହି ସଚେତନତା କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଥାନାରେ କାର୍ଯ୍ୟରତ ଏଏସଆଇ ଜି. ଗଣପତି ରେଡି, ଏସ୍ ଆଇ ଅନିଲ୍ କୁମାର ପଲେଇଙ୍କ ସହ ସମସ୍ତ ପୋଲିସ କର୍ମଚାରୀ ଉପସ୍ଥିତ ରହି ନିଶା ନିବାରଣ ଏବଂ ନିଶାମୁକ୍ତ ଓଡିଶା ଗଠନ ସମ୍ପର୍କରେ ଉଦବୋଧନ ଦେଇଥିଲେ ।