pakka

ସୁବର୍ଣ୍ଣପୁର ଜିଲ୍ଲାରେ ୧୫ ଦିନିଆ ଶିଶୁ ଶ୍ରମିକ ନିରାକରଣ ଅଭିଯାନ

kalikesh

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ୧୫ ଦିନିଆ ଶିଶୁ ଶ୍ରମିକ ନିରାକରଣ ଅଭିଯାନର ଅନ୍ତିମ ପର୍ଯ୍ୟାୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସମ୍ବିଳନୀ କକ୍ଷରେ ବିଭିନ୍ନ ଷ୍ଟେକ ହୋଲଡରଙ୍କୁ ନେଇ ଏକ ସଚେତନତା ସଭା ଜିଲ୍ଲା ଶ୍ରମ ଅଧିକାରୀ ଡିଲେଶ୍ୱର ଖାଖାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ପି ଡି, ଡି ଆର୍‌ ଡି ଏ ଡୋଳାମଣି ପଟେଲ, ସମ୍ମାନିତ ଅତିଥି, ଶିଶୁ ମଙ୍ଗଳ କମିଟିର ସଭାପତି ମଧୁସୂଦନ ପ୍ରଧାନ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାଶ, ଡି ଏସ୍‌ ଡବ୍ଲୁ ଓ ଗୌରମଣି ହାଁସଦା, ଡାଇରେକ୍ଟର ଚାଇଲଡ ଲାଇନ, ଅନଙ୍ଗ ନେଗୀ, ଏଡି ଏମ ଓ (ପି ଏଚ) ଡ଼.ରମେଶ ଚନ୍ଦ୍ର ସ୍ୱାଇଁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ, ସହକାରୀ ଶ୍ରମ ଅଧିକାରୀ ସବିତା କୁମାରୀ ନାୟକ, ସୋନପୁର ଶ୍ରମିକ ସଂଗଠନ ସମନ୍ୱୟ ସମିତିର ସଭାପତି ଗୋବିନ୍ଦ ମହାରଣା, ଚେମର ଅଫ କମର୍ସ ସୋନପୁରର ସଭାପତି, ବିଭିନ୍ନ ଶ୍ରମିକ ସଂଗଠନର କର୍ମକର୍ତ୍ତା, ଜନସାଧାରଣ, ଅଙ୍ଗନବାଡି କର୍ମୀ ଯୋଗଦାନ କରି ସଚେତନତା ସଭାରେ ଉପସ୍ଥିତ ଥିଲେ । ଉକ୍ତ ସଭାରେ ଶିଶୁ ଶ୍ରମିକ ସୁବର୍ଣ୍ଣପୁର ଜିଲ୍ଲାର ଶିଶୁ ଶ୍ରମିକ ନିଯୁକ୍ତି କିପରି ଭାବରେ ସମ୍ପୂର୍ଣ୍ଣ ବିଲୋପ ହେବ ଏ ଦିଗରେ ଆଲୋକ ପାତ କରାଯାଇଥିଲା । ଶ୍ରମ ଅଧିକାରୀ ଶିଶୁ / କିଶୋର ଶ୍ରମିକ ଆଇନ ୧୯୮୬ ଅନ୍ତର୍ଗତ ବିଭିନ୍ନ ଧାରା ଉପରେ ଆଲୋକ ପାତ କରିବା ସଂଗେ ସଂଗେ ଶିଶୁ ଶ୍ରମିକ ନିଯୁକ୍ତି ନିରାକରଣ ପାଇଁ ବିଭିନ୍ନ ବିଭାଗର ଦାୟିତ୍ୱ ଉପରେ ଆଲୋଚନା କରିଥିଲେ । ଏହି ୧୫ ଦିନିଆ ଅଭିଯାନ ୩୧ ମେ ୨୦୨୨ରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଆବୋଲି ସୁନୀଲ ନରୱାଣେଙ୍କ ଦ୍ୱାରା ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରାଯାଇ ଥିଲା । ତତ୍‌ ପରେ ଚଳିତ ମାସ ୦୭ ତାରିଖରେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ ଏକ ସଚେତନତା ଶୋଭାଯାତ୍ରା (ପଦଯାତ୍ରା)କୁ ପ୍ରତ୍ୟେକ୍ଷ ଭାବରେ ଉପସ୍ଥିତ ରହି ପଦଯାତ୍ରାର ଶୁଭାରମ୍ଭ କରିଥିଲେ । ଏହି ୧୫ ଦିନିଆ ଅଭିଯାନରେ ସୁବର୍ଣ୍ଣପୁର ଜିଲ୍ଲା ଶ୍ରମ ଅଧିକାରୀଙ୍କ ନେତୃତ୍ୱରେ ଶିଶୁ ଶ୍ରମିକ ଉଦ୍ଧାର ଦଳ ୫ଜଣ ଶିଶୁ / କିଶୋର ଶ୍ରମିକ ଉଦ୍ଧାର କରି ଶିଶୁ ମଙ୍ଗଳ କମିଟି ପାଖରେ ଉପସ୍ଥାପନା କରାଯାଇଥିଲା ।

pp
Leave A Reply

Your email address will not be published.

five × 2 =