jayashree

ଓମ୍‌ ଭ୍ୟାଲି ସ୍କୁଲରେ ଅଭିଭାବକ ଏବଂ ବିଦ୍ୟାର୍ଥୀଙ୍କୁ ନେଇ ପିଟିଏମ୍‌ ଅନୁଷ୍ଠିତ : ସ୍କୁଲରେ ପାଠପଢ଼ା ଓ ଅନ୍ୟ ଆକ୍ଟିଭିଟି ଉପରେ ଖୁସି ବ୍ୟକ୍ତ କଲେ ଅଭିଭାବକ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଓମ୍‌ ଭ୍ୟାଲି ସ୍କୁଲ ଏକ ସିନିୟର ସେକେଣ୍ଡାରୀ ଆବାସିକ ସ୍ୱୀକୃତିପ୍ରାପ୍ତ ବିଦ୍ୟାଳୟ ଅଟେ । ଏଠାରେ (ପ୍ରି-ନର୍ସରୀ ଠାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ) ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ କରାଯାଇଥାଏ । ସ୍କୁଲରେ ଛାତ୍ର ଛାତ୍ରୀଙ୍କୁ କିଭଳି ଶିକ୍ଷା ପ୍ରଦାନ କରାଯାଉଛି, ପୂର୍ବ ଅପେକ୍ଷା ଏବେ ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନ କିପରି ରହୁଛି ? ଶିକ୍ଷା କିମ୍ବା କୌଣସି କ୍ଷେତ୍ରରେ ବିଦ୍ୟାର୍ଥୀଙ୍କୁ କୌଣସି ଅସୁବିଧା ହେଉଛି କି ? ଏ ସମସ୍ତର ସମାଧାନ ତଥା ଆଗକୁ କିଭଳି ନୂତନ ପଦ୍ଧତି କିମ୍ବା କଣ କଣ ପଦକ୍ଷେପ ଗ୍ରହଣ କରାଯିବ ସେ ନେଇ ଅଭିଭାବକ, ଛାତ୍ରଛାତ୍ରୀ ଏବଂ ସ୍କୁଲର ପ୍ରଧାନ ଶିକ୍ଷକ, ମୁଖ୍ୟ ପରାମର୍ଶଦାତା, ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ନେଇ ଏକ ପିଟିଏମ୍ ମିଟିଂ ଶନିବାର ଅପରାହ୍ନ ୩ ଟାରୁ ୫ ଟା ଯାଏଁ ସର୍ଗିଗୁଡ଼ା ସ୍ଥିତ ଜୁନିଅର ୱିଂସ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ମିଟିଂରେ ସ୍କୁଲର ପ୍ରଧାନ ଶିକ୍ଷକ ଏମ୍‌ ନାଗା ମାଲେଶ୍ୱର ରାଓ, ସ୍କୁଲର ମୁଖ୍ୟ ପରାମର୍ଶଦାତା ଡ. ରବିନ୍ ଚନ୍ଦ୍ର ପରମାଣିକ, ସ୍କୁଲର କୋର୍ଡିନେଟର ନିଶି ବେରୀ, ଅଭିଭାବକ–ଶିକ୍ଷକ ବୈଠକ, “ଶିକ୍ଷା ହେଉଛି ଏକ ସାମୂହିକ ପ୍ରତିବଦ୍ଧତା, ଯେଉଁଠି ଏକାଠି ହୋଇ ଅଧିକ ସଫଳତା ହାସଲ କରିପାରିବା ପାଇଁ ବିଚାର ବିମର୍ଷ କରିବା ସହ ସୁଦୃଢ଼ ସହଭାଗିତାରେ ବିଦ୍ୟାର୍ଥୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଢ଼ି ତୋଳିବାରେ ସହାୟକ ହୋଇଥାଏ ବୋଲି ସ୍କୁଲ ପରିଚାଳନା କମିଟି ପକ୍ଷରୁ କୁହାଯାଇଛି । ଏହି ମିଟିଂରେ ପ୍ରଥମରୁ ନବମ ଶ୍ରେଣୀ ଓ ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀ, ଅଭିଭାବକ ମାନେ ଉପସ୍ଥିତ ଥିଲେ । ଏହି ମିଟିଂ ପରେ ସ୍କୁଲର ଚେୟାରମେନ୍‌ ଲାୟନ ଦୀପକ କୁମାର ସାହୁ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ନେଇ ଏକ ବୈଠକ ଡାକି ସେମାନଙ୍କର କାର୍ଯ୍ୟକୁ ପ୍ରଶଂସା କରିବା ସହ ଆଗକୁ ବି ଏହିଭଳି କାର୍ଯ୍ୟ ଜାରି ରହୁ ଏବଂ ବିଦ୍ୟାର୍ଥୀଙ୍କୁ ସଫଳତାର ମନ୍ତ୍ର ପ୍ରଦାନ କରୁଥାନ୍ତୁ ବୋଲି କହିଥିଲେ । ଏହି ଅବସରରେ ସ୍କୁଲର ସିନିଅର ୱିଂସର ବରିଷ୍ଠ ଶିକ୍ଷୟିତ୍ରୀ ଶ୍ରୀମତୀ ସରିତା ମହାପାତ୍ର ଓ ଜୁନିଅର ୱିଙ୍ଗସର ଶ୍ରୀମତୀ ନିଶି ବେରିଙ୍କୁ ଭାଇସ ପ୍ରିନ୍ସିପାଲ ପଦରେ ପଦୋନ୍ନତି ଘୋଷଣା କରିଛନ୍ତି ।

Leave A Reply

Your email address will not be published.