ପୁଣି ଏକ ଅଭାବନୀୟ ଦୃଶ୍ୟ : ରୋଗୀଙ୍କୁ ଟ୍ରଲିରେ ଆଣିଲେ ସଂପର୍କୀୟ

ବାଲେଶ୍ୱର : ପୁଣି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ବାଲେଶ୍ୱର ଜିଲ୍ଲାର ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ରୋଗୀ ସେବାରେ ଅବହେଳା ହୋଇଥିବା ଅଭିଯୋଗ ହୋଇଛି । ସ୍ପ‌ଷ୍ଟ ଦିବାଲୋକରେ ଜଣେ ରୋଗୀଙ୍କୁ ଟ୍ରଲିରେ ପରିବାର ଲୋକେ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟକୁ ଆଣିବା ଘଟଣା ସମସ୍ତଙ୍କୁ ଚକିତ କରିଛି । ସୂଚନାଯୋଗ୍ୟ ଯେ, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ମାତ୍ର ୫ ଶହ ମିଟର ଦୂରରେ ଥିବା ନୀଳଗିରି ଏନ୍ଏସି ଅଧୀନର ୮ନଂ ୱାର୍ଡ ଗୁଡ଼ିଖାଣିଆ ଗ୍ରାମର ବାସିନ୍ଦା ପାଗଲୁ ବିନ୍ଧାଣୀ(୫୦) ଗତ ଦୁଇ ଦିନ ଧରି ଘରେ ଅସୁସ୍ଥ ଥିଲେ। ତାଙ୍କ ଅବସ୍ଥା ଗୁରୁତର ହେବା ପରେ ପରିବାର ଲୋକଙ୍କ ପାଖରେ ମୋବାଇଲ ନ ଥିବାରୁ ଆମ୍ବୁଲାନ୍ସକୁ ଖବର ଦେଇ ପାରିନଥିଲେ। କିଛି ଉପାୟ ନ ପାଇ ଏକ ଟ୍ରଲିରେ ରୋଗୀଙ୍କୁ ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ ।

Leave A Reply

Your email address will not be published.