ଭାରତରେ ୧ ଲକ୍ଷ ଟପିଛି ମୃତ୍ୟୁ ସଂଖ୍ୟା : ଗତ ୨୪ଘଣ୍ଟାରେ ୭୯,୪୭୬ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ : ବଢ଼ି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା, ତା ସହ ମୃତକ‌ଙ୍କ ସଂଖ୍ୟା ବି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭୯,୪୭୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍‌ନ୍ତି । ଦେଶରେ ମୃତ୍ୟୁ ସଂଖ୍ୟା ୧ଲକ୍ଷ ଟପିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୦୬୯ଜଣ ମୃତ୍ୟୁ ମୁଖରେ ପଡ଼ିଛନ୍ତି ।
ଅକ୍ଟୋବର ୩ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୬୪,୭୩,୫୪୪ ଜଣ କରୋନା ଭାଇରସ୍ ଆକ୍ରାନ୍ତ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.