pakka

ବଲାଙ୍ଗିର ଜିଲ୍ଲା ଜଜ୍‌ କୋର୍ଟ ସିରସ୍ତାଦାର ଦେବୀ ପ୍ରସାଦ କ୍ଷେତିଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସିଭିଲ କୋର୍ଟରେ ଜିଲ୍ଲା ଜଜ୍‌ କୋର୍ଟ ସିରସ୍ତାଦାର ଦେବୀ ପ୍ରସାଦ କ୍ଷେତିଙ୍କ ଚାକିରିରୁ ଅବସର ଗ୍ରହଣ କରିବା ପରିପ୍ରେକ୍ଷୀରେ ଏକ ସମ୍ବର୍ଦ୍ଧନା ସଭା ବଲାଙ୍ଗିର ବିଚାର ବିଭାଗୀୟ କର୍ମଚାରୀ ସଂଘର ସଭାପତି ପ୍ରକାଶ କୁମାର ନେପାକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଦୌରା ଜଜ୍‌ ଲୋକନାଥ ମହାପାତ୍ର ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ଶ୍ରୀ କ୍ଷେତିଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ସମ୍ବର୍ଦ୍ଧନା ସଭାରେ ସମସ୍ତ ବରିଷ୍ଠ ତଥା କନିଷ୍ଠ ବିଚାର ବିଭାଗୀୟ ଅଧିକାରୀ, ସମସ୍ତ କର୍ମଚାରୀ ତଥା କୋର୍ଟ ମେନେଜର ପ୍ରିତିରାଣୀ ନାଗ ଯୋଗଦାନ କରିଥିଲେ । ଜିଲ୍ଲା ଜଜ୍‌ ଶ୍ରୀ ମହାପାତ୍ର ତାଙ୍କ ବକ୍ତବ୍ୟରେ ଅନୁଷ୍ଠାନର ସମୃଦ୍ଧି ନିମନ୍ତେ ସମସ୍ତଙ୍କର କର୍ତ୍ତବ୍ୟନିଷ୍ଠ ଓ ସମାୟାନୁବର୍ତ୍ତିତା ଉପରେ ଗୁରୁତ୍ୱରୋପ କରିଥିଲେ ଏବଂ ସଂଘକୁ ପ୍ରଂଶସା କରିଥିଲେ । ଏହି ସଭାକୁ ବରିଷ୍ଠ କର୍ମଚାରୀ ପଞ୍ଚାନନ ପଟ୍ଟନାୟକ ସଂଯୋଜନା କରିଥିଲେ ଓ ଶ୍ରଦ୍ଧାଞ୍ଜଳି ମେହେର ମାନପତ୍ର ପାଠ କରିଥିଲେ । ସିଭିଲକୋର୍ଟ ରେଜିଷ୍ଟ୍ରାର ଅମିତ ବାରିକ ଅବସର ଗ୍ରହଣର ପରବର୍ତ୍ତୀ ଜୀବନ ଶ୍ରୀ କ୍ଷେତିଙ୍କର ସୁଖମୟ ହେବ ବୋଲି ଭଗବାନଙ୍କ ଠାରେ ପ୍ରାର୍ଥନା କରିଥିଲେ । ସଭାପତି ଶ୍ରୀ ନେପାକ ଓ ପଞ୍ଚାନନ ପଟ୍ଟନାୟକ ଏହି ଅନୁଷ୍ଠାନର ଶୃଙ୍ଖଳିତ ତଥା କର୍ତ୍ତବ୍ୟନିଷ୍ଠା କାର୍ଯ୍ୟଶୈଳୀ ଯୋଗୁଁ ସମସ୍ତ ଅଧିକାରୀ ପ୍ରିୟଭାଜନ ହୋଇପାରିଛନ୍ତି ବୋଲି ପ୍ରକାଶ କରିଥିଲେ । ବରିଷ୍ଠ କର୍ମଚାରୀ ଦୂତିଆ ଦେହୁରୀ ଧନ୍ୟବାଦ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

twelve + nine =