
ଲୋଇସିଂହା, (ବିମଳେନ୍ଦୁ ସାହୁ) : ୧୯.୧୦ ୧୯୮୪ରୁ ଆଜିଯାଏଁ କାର୍ଯ୍ୟରତ ଥିବା ଲୋଇସିଂହା କଲେଜର ଗ୍ରନ୍ଥାଗାରିକ (ଲାଇବ୍ରେରୀଏନ୍) ଡ଼. ଶିବ ପ୍ରସାଦ ତ୍ରିପାଠୀ ଆଜି କର୍ମ କ୍ଷେତ୍ରରୁ ଅବସର ଗ୍ରହଣ କରିଛନ୍ତି । ସେ ଜଣେ ମିଷ୍ଟଭାଷୀ, ପର ଉପକାରୀ ଏବଂ ସ୍ନେହ ବତ୍ସଲ୍ୟ ବ୍ୟକ୍ତିତ୍ଵ । ତାଙ୍କର ଏହି ବିଦାୟ ଦିବସରେ କଲେଜ୍ରେ ଏକ ଶୋକାକୁଳ ପରିବେଶ ସୃଷ୍ଠି ହୋଇଥିଲା । ସ୍ଵତଃ ପ୍ରବୃତ୍ତ ଭାବରେ ତାଙ୍କର ସଂଖ୍ୟାଧିକ ପୁରାତନ ଛାତ୍ରଛାତ୍ରୀ ପୁରାତନ ସହକର୍ମୀ ଅଧ୍ୟାପକ ଅଧ୍ୟାପିକା ତଥା ବର୍ତ୍ତମାନର କାର୍ଯ୍ୟରତ ଅଧ୍ୟକ୍ଷଙ୍କ ସମେତ ସମସ୍ତ କର୍ମଚାରୀ ଯୋଗଦେଇ ଡ: ତ୍ରିପାଠୀଙ୍କ ଗୁଣଗାନ କରି ଭବିଷ୍ୟତ ଜୀବନ ଉଜ୍ୱଳମୟ ପାଇଁ ପ୍ରଭୁଙ୍କ ଠାରେ ପ୍ରାର୍ଥନା କରିଥଲେ । ବକ୍ତବ୍ୟରେ କଲେଜ୍ର ଅଧ୍ୟକ୍ଷ କହିଥିଲେ ଯେ, ଶ୍ରୀ ତ୍ରିପାଠୀଙ୍କ ସ୍ଥାନ ଅପୂରଣୀୟ ହୋଇ ରହିବ ତାଙ୍କ ପରି କର୍ତ୍ତବ୍ୟ ପରାୟଣ ଏବଂ ପରୋପକାରୀ ବ୍ୟକ୍ତି ବିରଳ । କଲେଜ୍ ତାଙ୍କ ପରି ଏକ ବ୍ୟକ୍ତିଙ୍କୁ ପାଇ ଧନ୍ୟ ହୋଇଥିଲା । ସୁଖର କଥା ଆଜିର ଏହି ଦିବସରେ କଲେଜ୍ କର୍ତ୍ତୁପକ୍ଷ ଡ. ତ୍ରିପାଠୀଙ୍କ ଧର୍ମପତ୍ନୀ ଅଧ୍ୟାପିକା ଶ୍ରୀମତୀ ଚନ୍ଦ୍ରପ୍ରଭା ମିଶ୍ରଙ୍କୁ ମଧ୍ୟ ଆମନ୍ତ୍ରଣ କରିଥଲେ । ଶେଷରେ ଉଭୟଙ୍କୁ ପୁରାତନ ଛାତ୍ରଛାତ୍ରୀ, ପୁରାତନ ସହକର୍ମୀ ତଥା କଲେଜ୍ର କର୍ତ୍ତୃପକ୍ଷ ଉପଢ଼ୌକନ ମାନପତ୍ର ତଥା ପୁଷ୍ପମାଲ୍ୟ ଦେଇ ସମ୍ବର୍ଦ୍ଧିତ ପୂର୍ବକ ତାଙ୍କର ଭବିଷ୍ୟତ ଜୀବନ ଉଜ୍ୱଳମୟ ହେବାପାଇଁ ପ୍ରଭୁଙ୍କ ପାଖରେ ପ୍ରାର୍ଥନା କରି ଭାବ ପୂର୍ଣ୍ଣ ବିଦାୟ ଦେଇଥିଲେ । ଡ. ତ୍ରିପାଠୀ ମଧ୍ୟ ଭାବବିହ୍ୱଳ ହୋଇ କହିଥିଲେ ମୁଁ କର୍ମରୁ ଅବସର ନେଲେ ସୁଦ୍ଧା ମନରୁ ମୋ କର୍ମ କ୍ଷେତ୍ରରୁ ବିଦାୟ ନେଇ ପାରିବି ନାହିଁ । ପୂର୍ବବତ ମୋର ଯାହା ଆବଶ୍ୟକ ପଡ଼ିବ କଲେଜ୍ ପାଇଁ ଆକୁଣ୍ଠ ସାହାଯ୍ୟ ପ୍ରଦାନ କରିବି ବୋଲି ନିଜ ବକ୍ତବ୍ୟରେ କହିଥିଲେ ।