pakka

ପ୍ରଥମ ବିଶ୍ୱ ଭାଷା ସମ୍ମିଳନୀ ଅବସରରେ ଆଶୁକବି ହେମନ୍ତ ଦାଶଙ୍କୁ ଗୁଡଖାପଲା ଗ୍ରାମପଞ୍ଚାୟତ ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ

bbehera

ଦେଓଗାଁ, (କେପିଏନ୍‌ଏସ୍‌) : ଗୁଡଖାପଲା ଗ୍ରାମପଞ୍ଚାୟତ ଆନୁକୂଲ୍ୟରେ ପଞ୍ଚାୟତ ପରିସରରେ ପ୍ରଥମ ବିଶ୍ଵ ଭାଷା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସରପଞ୍ଚ ଶ୍ରୀମତୀ ଜୀବନୀ ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ, ସମିତି ସଭ୍ୟା ବୈଜୟନ୍ତୀ ମାଝୀ ଓ ଆଶୁକବି ହେମନ୍ତ ଦାଶ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥି ବୃନ୍ଦ ଓଡ଼ିଶାର ମହାପୁରୁଷଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ଓ ଦୀପ ପ୍ରଜ୍ଜ୍ଵଳନ କରି କାର୍ଯ୍ୟକ୍ରମର ଶୁଭ ଉଦ୍‌ଘାଟନ କରିଥିଲେ । ଆଶୁକବି ହେମନ୍ତ ଦାଶ ମାତୃଭାଷାର ମହତ୍ତ୍ଵ ଉପରେ କାବ୍ୟିକ ଢଙ୍ଗରେ ନିଜର ବକ୍ତବ୍ୟ ରଖିଥିଲେ । ପଞ୍ଚାୟତ ତରଫରୁ ଶ୍ରୀ ଦାଶଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଛାତ୍ରଛାତ୍ରୀଙ୍କ ମଧ୍ୟରେ ତର୍କ‌‌‌, ଚିତ୍ରାଙ୍କନ ଓ କୁଇଜ୍ ଆଦି ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇଥିଲା । ଶେଷରେ କୃତି ପ୍ରତିଯୋଗୀମାନଙ୍କୁ ଅତିଥି ବୃନ୍ଦ ପୁରସ୍କାର ବିତରଣ କରିଥିଲେ ।

jay balangir
Leave A Reply

Your email address will not be published.

16 + fifteen =