ମୁରିବାହାଲ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶତବାର୍ଷିକୀ ମହୋତ୍ସବ ଉଦ୍‌ଯାପିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମାରେ ଥିବା ମୁରିବାହାଲ ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶତବାର୍ଷିକୀ ମହୋତ୍ସବ ଶନିବାର ରାତ୍ରିରେ ତୃତୀୟ ଦିବସର ବିଭିନ୍ନ କାର୍ଯ୍ୟକ୍ରମ ସହ ଉଦ୍‌ଯାପିତ ହୋଇଯାଇଛି । ମହୋତ୍ସବ କମିଟି ସଭାପତି ଜିତେନ୍ଦ୍ରିୟ ଭୋଇଙ୍କ ଅଧ୍ୟକ୍ଷତାରେ ତଥା ପୁରାତନ ଛାତ୍ର ଶାନ୍ତାରାମ ପଧାନଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ମୁରିବାହାଲ ପଞ୍ଚାୟତ ସମିତି ଅଧ୍ୟକ୍ଷ ହରିବନ୍ଧୁ ମେହେର, ମୁଖ୍ୟ ବକ୍ତା ରୂପେ ଖଡ଼ିଆଳ କଲେଜର ବରିଷ୍ଠ ଓଡ଼ିଆ ଅଧ୍ୟାପିକା ଗୀତାଶ୍ରୀ ପ୍ରିୟମ୍ବଦା, ସମ୍ମାନିତ ଅତିଥି ରୂପେ ମୁରିବାହାଲ ଡ଼ିଗ୍ରୀ କଲେଜ ଅଧ୍ୟକ୍ଷ ସରୋଜ କୁମାର ନାୟକ, ବରିଷ୍ଠ ମଞ୍ଚ ଓ ନାଟ୍ୟ ନିର୍ଦ୍ଦେଶକ ଭୈରବ ଚରଣ ମିଶ୍ର, ପୁରାତନ ଛାତ୍ର ତଥା ଦେବଙ୍ଗ ହାଇସ୍କୁଲ ସହକାରୀ ଶିକ୍ଷକ ରାମରତନ ମେହେର, କଣ୍ଟାବାଞ୍ଜି କେ. ଭି. କଲେଜ କ୍ରୀଡ଼ା ଶିକ୍ଷକ ଧନଞ୍ଜୟ ପଧାନ, ପୂର୍ବତନ ସମିତି ସଭ୍ୟ ଭରତ ଭୋଇ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଦାମୋଦର ଭୋଇ, ବାଳମୁକୁନ୍ଦ ବନଛୋର, ହାଇସ୍କୁଲ କ୍ରୀଡା ଶିକ୍ଷକ ଶ୍ରୀପତି ଷାଣ୍ଢ, ପ୍ରଧାନ ଶିକ୍ଷୟିତ୍ରୀ ସ୍ରୋତସ୍ଵିନି ମାଝୀ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ବିଦ୍ୟାଳୟରୁ ନବୋଦୟ ପାଇଥିବା ଛାତ୍ର ତଥା ସ୍କୁଲର ପୁରାତନ ଛାତ୍ରମାନଙ୍କ ଦ୍ଵାରା ମଞ୍ଚସ୍ଥ ନାଟକ ‘ଅକାଟ୍ୟ ସତ୍ୟ’ର ସମସ୍ତ କଳାକାର, ଗଣମାଧ୍ୟମ ପ୍ରତିନିଧି ଓ ଛାତ୍ରଛାତ୍ରୀମାନଙ୍କୁ ସ୍ଵତନ୍ତ୍ର ରୂପେ ସମ୍ବର୍ଦ୍ଧିତ କରାଯାଇଥିଲା । ମହୋତ୍ସବ କମିଟିର ଅଶୋକ କୁମାର ତରିଆ ଓ ଲିଳୁମୋହନ ପଧାନ ଧନ୍ୟବାଦ ଦେଇଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମରେ ମହୋତ୍ସବ କମିଟି ସମ୍ପାଦକ ଅଶୋକ କୁମାର ତରିଆ, ଯୁଗ୍ମ ସଂପାଦକ ରୁପେଶ ଷାଣ୍ଢ, କୋଷାଧ୍ୟକ୍ଷ ଜୟକୃଷ୍ଣ ବଘାର, ପରିଚାଳନା କମିଟିର ଶ୍ରୀମୁଖ ଷାଣ୍ଢ, ଯୁଧିଷ୍ଠିର ବଘାର, ଅଜିତ କୁମାର ତରିଆ, ବସନ୍ତ ଭୋଇ, ଅନିରୁଦ୍ଧ ପଧାନ, ଶମ୍ଭୁ ପ୍ରସାଦ ଭୋଇ, ପ୍ରଶାନ୍ତ ମାହାର, ସଞ୍ଜୟ ବାଗ, ଅବିନାଶ ଭୋଇ, ଉପଦେଷ୍ଟା ଗୌରାଙ୍ଗ ଭୋଇ, ଭୀମସେନ ପଧାନ, ଅଧିବାସ ମାହାର, ହଜାରୁ ପୁଟେଲ, ଅଗସ୍ତି ବଘାର, ଦନାର୍ଦନ ବଗର୍ତ୍ତି, ସୁବାସ ବଘାର, ତପନ ବଘାର, ଅନ୍ତରାମ ପଧାନ, ଦୀନେଶ ମେହେର, ନବୀନ ଭୋଇ, ରଞ୍ଜିତ ତରିଆ, ରାଧାକାନ୍ତ ସାହୁ, ପବିତ୍ର ଷାଣ୍ଢ, ବାଳଗୋପାଳ ବଘାରଙ୍କ ସହ ଦୀର୍ଘ ଶହେ ବର୍ଷ ଧରି ପାଠ ପଢିଥିବା ଏହି ଶତାୟୁ ଶିକ୍ଷାନୁଷ୍ଠାନର ସମସ୍ତ ପୁରାତନ ଛାତ୍ରଛାତ୍ରୀ ଓ ସମସ୍ତ ଗ୍ରାମବାସୀ ଉପସ୍ଥିତ ରହି ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ଶେଷରେ ଲୋଇସିଂହାର ସୁର ସଙ୍ଗମ, ତୁଷୁରାର ସାନବଡ ଘୁଡୁକା, ଟିଟିଲାଗଡ଼ର ସାଇନିଂ ଷ୍ଟାର ଡେନ୍ସ ଏକାଡେମୀ, ସୁଦର୍ଶନ ଦୀପଙ୍କ ବଜାଶାଲ ଓ ବାନ୍ଧନପାଲି ସ୍କୁଲ ଛାତ୍ରଛାତ୍ରୀଙ୍କ ଦ୍ୱାରା ଚିତ୍ତାକର୍ଷକ ସାଂସ୍କୃତିକ ବିଚିତ୍ରା କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିବା ସମସ୍ତ ଦଳଙ୍କୁ ମହୋତ୍ସବ କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଦର୍ଶକ ମଧ୍ୟରାତ୍ରି ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ ।

Leave A Reply

Your email address will not be published.

3 + 5 =

error: Content is protected !!