csstore

ଜାତୀୟ ରାଜପଥ ଉପରେ ଶବ ରଖି ରାସ୍ତା ଅବରୋଧ

କେସିଙ୍ଗା, (ପ୍ରୀତେଶ ପଟେଲ) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକର ସୁକ୍ନାଭଟ୍ଟା ଗ୍ରାମର ଶ୍ରୀକାନ୍ତ ସାହୁଙ୍କ ପୁତ୍ର ନରସିଂହ ସାହୁ ବୟସ ୧୭ ଗତ ରବିବାର ସନ୍ଧ୍ୟା ୮ ରାସ୍ତା କଡର ଏକ ପୋଲ ଉପରେ ବସିଥିବା ବେଳେ କେସିଙ୍ଗାରୁ ବଲାଙ୍ଗିର ପଟେ ଯାଉଥିବା ଏକ ଅଜଣା ପିକଅପ୍ ଭ୍ୟାନ୍ ବୁଲାଣିରେ ଭାରସାମ୍ୟ ହରାଇ ତାଙ୍କୁ ବାଡେଇ ଦେଇ ଚାଲିଯାଇଥିଲା । କ୍ଷତ ବିକ୍ଷତ ଅବସ୍ଥାରେ ଗ୍ରାମବାସୀ ତାଙ୍କୁ କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଜଟିଳ ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭବାନୀପାଟଣାକୁ ରେଫର କରି ପଠାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଆଜି ସକାଳୁ ପରିବାର ବର୍ଗ ଜାତୀୟ ରାଜପଥ ୨୬ କେସିଙ୍ଗାରୁ ବଲାଙ୍ଗିରକୁ ସଂଯୋଗ କରୁଥିବା ରାସ୍ତାର ସୁକ୍ନାଭଟ୍ଟା ଠାରେ ମୃତ ଦେହକୁ ରଖି ରାସ୍ତା ଅବରୋଧ କରିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ପ୍ରଶାସନିକ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ନଥିବା ବେଳେ ଜାତୀୟ ରାଜପଥ ଦେଇ ଯାତାୟତ ପ୍ରଭାବିତ ହୋଇଛି ।

jayashree
Leave A Reply

Your email address will not be published.