jsm

ସଙ୍ଗମ ‘ଇ’ ପତ୍ରିକା ସପ୍ତମ ସଂସ୍କରଣ ଉନ୍ମୋଚନ ଏବଂ ମାସିକ କବିତା ଆସର ଅନୁଷ୍ଠିତ

csstore
  • ସାହିତ୍ୟ ଜୀବନକୁ ବଞ୍ଚିବା ପାଇଁ ପ୍ରେରଣା ଦିଏ

ବାଲିଗୁଡା, (ପୁସ୍ତମ୍ ଯୁଆଡି) : ସାହିତ୍ୟ ଜୀବନକୁ ବଞ୍ଚିବା ପାଇଁ ପ୍ରେରଣା ଦେଇଥାଏ ଏବଂ ସାରା ବିଶ୍ୱର ସାହିତ୍ୟକ ମାନଙ୍କର ମଧ୍ୟରେ ସମ୍ପର୍କ ସ୍ଥାପନ କରିଥାଏ । ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ସଙ୍ଗମ ସାହିତ୍ୟ ‘ଇ’ ପତ୍ରିକାର ସପ୍ତମ ସଂସ୍କରଣ ପତ୍ରିକାର ଉନ୍ମୋଚନ ଏବଂ ମାସିକ କବିତା ଆସର ପ୍ରତିଷ୍ଠାତା ଆନନ୍ଦ ସାଗରିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କୋରାପୁଟ ସରକାରୀ ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପିକା ଡ଼ଃ.ପ୍ରୀତିଧାରା ସାମଲ, ମୁଖ୍ୟବକ୍ତା ଭାବରେ ବିଶିଷ୍ଟ ଲୋକସଂସ୍କୃତି ଗବେଷକ ଅଧ୍ୟାପକ ପରମେଶ୍ୱର ମୁଣ୍ଡ ଯୋଗଦେଇଥିଲେ । କାର୍ଯ୍ୟକ୍ରମର ସ୍ୱାଗତ ଭାଷଣ ପତ୍ରିକାର କାର୍ଯ୍ୟକାରୀ ସମ୍ପାଦକ ହେମନ୍ତ କୁମାର ରାଉତ ଉପସ୍ଥାପନା କରିଥିବା ବେଳେ ଅତିଥି ପରିଚୟ ପ୍ରଦାନ କାର୍ଯ୍ୟକାରୀ ସମ୍ପାଦକ ସୁନିଲ କୁମାର ଗଙ୍ଗଦେବ, ପ୍ରାରମ୍ଭିକ ସଙ୍ଗୀତ ସୁଶ୍ରୀ ଦ୍ରୌପଦୀ ଜଗତ ଗାନ ଏବଂ ପତ୍ରିକାର ସମ୍ପାଦକ ରମାକାନ୍ତ ସିଂ ସାହାଣୀ ସଭା ପରିଚାଳନା କରିଥିଲେ । ଉକ୍ତ ଆସରରେ କବି ଡିଙ୍ଗର ସାହୁ, ଚୂଡ଼ାମଣି ବେହେରା, କାହ୍ନୁ ଚରଣ ସାହୁ, ଅନିତା ସାହୁ, ଲିଙ୍ଗରାଜ ପୁଞ୍ଜି, କ୍ରିଷ୍ଣା କୁମାର ଦାସ, ଦେବୀଦତ୍ତ ବେହେରା, ଲଛମନ ମାଝୀ, ପିଙ୍କୁ ରଣବିଡା, ଟିକେମଣି ବୁଧିଆ, ଗୋବିନ୍ଦ ପଣ୍ଡା, ବବଲି ଦାଶ, ଧରିତ୍ରୀ ଭୋଇ, ନରସିଂହ ମେହେର, ରଞ୍ଜିତ ଆରେବେଡିଆ, ଶ୍ରୁତିମା ସରାଫ ଏବଂ ଦେବକୀ ସରାଫ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିବା ବେଳେ ସହସମ୍ପାଦକ ଦୀପକ କୁମାର ପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ ।

yuvodaya
Leave A Reply

Your email address will not be published.