csstore

୭ଜଣ ଡକାୟତଙ୍କୁ ଗିରଫ କଲା ପୋଲିସ

ପଟ୍ଟାମୁଣ୍ଡାଇ : କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ସହର ନିକଟ ତଥା କଟକ-ଚାନ୍ଦବାଲି ରାସ୍ତାର ତନୁପୁର ବ୍ରିଜ୍‌ ନିକଟରୁ ବୁଧବାର ରାତିରେ ପୋଲିସ ୭ ଡକାୟତଙ୍କୁ ଗିରଫ କରିଛି । ସେମାନଙ୍କଠାରୁ କଟୁରି, ଛୁରି, ଭୁଜାଲି, ୯ ଏମ୍‌ଏମ୍‌ ପିସ୍ତଲ ଜବତ କରାଯାଇଛି । ଗିରଫ ଲୁଟେରା ହେଲେ ପଟ୍ଟାମୁଣ୍ଡାଇ ଥାନା ମୂଳବସନ୍ତ କେଳାସାହି ଗ୍ରାମର ମୁନା ଦାସ, ପୋଖରିଆପଡା ଗ୍ରାମର ଡାଙ୍ଗୁ ଓରଫ ପ୍ରଶାନ୍ତ ମଲିକ, ବେଲତଳ ଶୁଖୁଆପଡା ଗ୍ରାମର ବଳିଆ ଓରଫ ବିଶ୍ୱରଞ୍ଜନ ଦାସ, ପୋଖରିଆପଡା ଗ୍ରାମର ଭୋଳାନାଥ ବେହେରା, ପଟ୍ଟାମୁଣ୍ଡାଇ ବସ୍ତିର ସବିର ଖାନ, ସକବ ଅଲ୍ଲୀ ଖାନ ଏବଂ ଧର୍ମଶାଳା ଥାନା ନୀଳକଣ୍ଠପୁର ଗ୍ରାମର ନରେଶ ଦାସ । ଏ ନେଇ ଥାନାରେ ମାମଲା (ନଂ.୬୦ା୨୧)ରୁଜୁ କରାଯାଇ ସମସ୍ତଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ।

jayashree
Leave A Reply

Your email address will not be published.