csstore

ନାବାର୍ଡ ୪୨ତମ ଜନ୍ମ ଦିବସରେ ଦେବଦତ୍ତ କ୍ଳବ୍ ସଂପାଦକ କାହ୍ନୁଚରଣ ମାଝୀ ସମ୍ମାନିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ଭୁବନେଶ୍ୱର ସ୍ଥିତ ମେଫେଆର୍‌ ହଟେଲରେ ଆୟୋଜିତ ନାବାର୍ଡର ୪୨ତମ ଜନ୍ମ ବାର୍ଷିକ ଉତ୍ସବରେ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ୍‌ ବ୍ଲକ୍ ଅନ୍ତର୍ଗତ କେନ୍ଦୁଭଟା ସ୍ଥିତ ଦେବଦତ୍ତ କ୍ଲବ୍‌ ପରିବେଶ ସୁରକ୍ଷା କ୍ଷେତ୍ରରେ ନାବାର୍ଡ ସହାୟତାରେ ମା ମହାଦାସନୀ ଜଳ ବିଭାଜିକା ପ୍ରକଳ୍ପ ସାଇଡୁଙ୍ଗୁରୀପାଲି ଏବଂ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ସଫଳତାର ସହିତ କରୁଥିବାରୁ କ୍ଲବ୍‌ର ସମ୍ପାଦକ କାହ୍ନୁଚରଣ ମାଝିଙ୍କୁ ଏବଂ ବୁଢ଼ାସମ୍ବର୍ ଡାଲି ଓ ପନିପରିବା ଉତ୍ପାଦକ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ବିଜୟ କୁମାର ମାଝୀଙ୍କୁ ମୁଖ୍ୟ ଅତିଥି ଓଡ଼ିଶା ସରକାରଙ୍କ ମୁଖ୍ୟଶାସନ ସଚିବ ପି.କେ.ଜେନା ସମ୍ମାନିତ କରିଥିଲେ । ଏହି ଅବସରରେ ସମ୍ମାନିତ ଅତିଥି ଭାବରେ ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ, ମିଶନ ଶକ୍ତି ନିର୍ଦ୍ଦେଶିକା ଶ୍ରୀମତୀ ସୁଜାତା କାର୍ତ୍ତିକେୟନ, ରାଜ୍ୟସ୍ତରୀୟ ବେଙ୍କର୍ସ କମିଟି କନଭେନର ଗୌତମ ପାତ୍ର, ଷ୍ଟେଟ ବ୍ୟାଙ୍କ ସି.ଜି.ଏମ ଚନ୍ଦ୍ର ଶେଖର ଶର୍ମା, ଆର.ବି.ଆଇ ସି.ଜି.ଏମ ସାରଦା ପ୍ରସାଦ ମହାନ୍ତି, ନାବାର୍ଡ ସି.ଜି.ଏମ ଏସ.କେ.କେ ମିଶ୍ର ଯୋଗ ଦେଇଥିବା ବେଳେ ନାବାର୍ଡର ସମସ୍ତ ଜିଲ୍ଲାସ୍ତରୀୟ ପଦାଧିକାରୀ ଏବଂ ବ୍ୟାଙ୍କ, ଏସ. ଏଚ.ଜି, ବିଭିନ୍ନ ସ୍ବେଛାସେବୀ ସଂଗଠନର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ । ପରିଶେଷରେ ନାବାର୍ଡ ଜେନେରାଲ ମ୍ୟାନେଜର ପି.କେ ମିଶ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.