pakka

୧୨ ଘଣ୍ଟିଆ ଝାରସୁଗୁଡା ବନ୍ଦ

bbehera

ଝାରସୁଗୁଡା : ଛାତ୍ରମାନଙ୍କ ପକ୍ଷରୁ ୧୨ ଘଣ୍ଟିଆ ଝାରସୁଗୁଡା ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦ ଡାକରା ଯୋଗୁଁ ଆଜି ଛାତ୍ର ସାମୁଖ୍ୟର କର୍ମକର୍ତ୍ତାମାନେ ପୁରୁଣା ବସଷ୍ଟାଣ୍ଡ ଛକରେ ପିକେଟିଂ କରୁଛନ୍ତି । ବନ୍ଦ ଡାକରା ଯୋଗୁଁ ସକାଳୁ ସକାଳୁ ସହରର ଦୋକାନ ବଜାର ବନ୍ଦ ରହିଥିଲା ବେଳେ ବାସ ଚଳାଚଳ ବନ୍ଦ ରହିଛି । ଝାରସୁଗୁଡା ଜିଲ୍ଲାରେ ସ୍ୱାଧୀନତାର ୭୭ ବର୍ଷ ପରେ ମଧ୍ୟ ଗୋଟିଏ ସରକାରୀ କଲେଜ ନାହିଁ କିମ୍ବା ପିଜି ପାଠ୍ୟକ୍ରମ ନାହିଁ । ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବାକୁ ବାରମ୍ବାର ଦାବି ହେଉଥିଲେ ମଧ୍ୟ ସରକାର କର୍ଣ୍ଣପାତ କରୁନାହାନ୍ତି । ଜିଲ୍ଲାର ଉପାନ୍ତ ଅଞ୍ଚଳ ଲଖନପୁର ବ୍ଲକରେ ଡିଗ୍ରୀ କଲେଜ ଖୋଳିବା ସହ ସର୍ବପୁରାତନ ଲକ୍ଷ୍ମୀନାରାୟଣ କଲେଜକୁ ସରକାରୀ ଘୋଷଣା, ଇଂଜିନିୟରିଂ ସ୍କୁଲକୁ କଲେଜର ମାନ୍ୟତା ଭଳି ୭ ଦଫା ଦାବିରେ ଛାତ୍ର ସାମୁଖ୍ୟ ପକ୍ଷରୁ ଆଜି ସକାଳ ୬ ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଝାରସୁଗୁଡା ବନ୍ଦର ଆହ୍ୱାନ ଦିଆଯାଇଛି । ଏହି ଆନ୍ଦୋଳନକୁ ବିଭିନ୍ନ ସଂଗଠନ ଓ ରାଜନୈତିକ ଦଳ ସମର୍ଥନ କରିଛନ୍ତି ।

jay balangir
Leave A Reply

Your email address will not be published.

one × 4 =