oom

ବାଜପେୟୀଙ୍କ ୧୦୦ତମ ଜନ୍ମ ଦିନରେ “ସୁଶାସନ” ଶିର୍ଷକ ଆଲୋଚନା ଚକ୍ର

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଭାଲେର ଛକ ସ୍ଥିତ ପ୍ରଭୁ ଆଶ୍ରମ ଠାରେ ସ୍ମାଇଲ ଫର୍‌ ଅଲ୍‌ ଆନୁକୁଲ୍ୟରେ ଜିଲ୍ଲାସ୍ତରୀୟ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ୧୦୦ତମ ଜୟନ୍ତୀ ଅବସରରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସୁଶାସନ ଶିର୍ଷକ ଆଲୋଚନା ଚକ୍ରରେ ବାଜପେୟୀଙ୍କ ସ୍ମୃତିଚାରଣ ତାଙ୍କ ରଚିତ କବିତା ପଠନ ଏବଂ ତାଙ୍କ ସମୟରେ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ସବୁ ସ୍ମୃତିଚାରଣ କରିଥିଲେ ଉପସ୍ଥିତ ବୁଦ୍ଧିଜୀବୀ । ସ୍ମାଇଲ ଫର୍‌ ଅଲ୍‌ ଫାଉଣ୍ଡେସନ ଏବଂ ନେହେରୁ ଯୁବ କେନ୍ଦ୍ର ସହାୟତାରେ ଆୟୋଜିତ ସଭାକୁ ସଂପାଦକ ସଂଜିବ କୁମାର ସାହୁ ଅଧ୍ୟକ୍ଷତା କରିଥିବା ବେଳେ ଆଲୋଚକ ସୌମ୍ୟରଂଜନ ମିଶ୍ର ଆରଏସ୍‌ଏସ୍‌ ପ୍ରବକ୍ତା, ଜୟକୃଷ୍ଣ ମିଶ୍ର ସଂଗଠକ ମୁଖ୍ୟବକ୍ତା, ମିଲୁଲତା ପଟ୍ଟନାୟକ ସମାଜସେବୀ ମଂଚାସୀନ ଥିଲେ । ଏହି କାର୍ଯ୍ୟକ୍ରମ କରିବାରେ ସହଯୋଗ କରିଥିଲେ ପ୍ରଭୁଦତ୍ତ ସେଠୀ, ଅଭିଷେକ ବହିଦାର, ଆକାଶ ମାହାନା, ସାହିଲ ବାଗ, ସୌଦାମିନୀ ମିଶ୍ର, ଚକ୍ରପାଣି ଦାଶ, ସୁକଦେବ ମନହିରା, ଉପଦେଷ୍ଟା ସାମସନ ମିସାଲ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.