pakka

ଗୁଜୁରାଟ ନିର୍ବାଚନ : ପ୍ରଧାନମନ୍ତ୍ରୀ ଦେଲେ ଭୋଟ

ଅହମଦାବାଦ : ଗୁଜୁରାଟର ୧୪ଟି ଜିଲ୍ଲାର ୯୩ଟି ଆସନରେ ସୋମବାର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଭୋଟ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଅହମଦାବାଦରେ ଧାଡ଼ିରେ ଠିଆ ହୋଇ ଭୋଟ ଦେଇଛନ୍ତି । ପୂର୍ବାହ୍ନ ସାଢ଼େ ୯ଟାରେ ପ୍ରଧାନମନ୍ତ୍ରୀ ରାନିପର ନିଶାନ ପବ୍ଲିକ୍‌ ସ୍କୁଲରେ ଥିବା ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ ଦେଇଛନ୍ତି । ବନାସକାଣ୍ଠା, ପଟନା, ମେହସାଣା, ସାବରକାଣ୍ଠା, ଅରାବଲି, ଗାନ୍ଧିନଗର, ଅହମଦାବାଦ, ଆନନ୍ଦ, ଖେଡା, ମହିସାଗର, ପଞ୍ଚ ମହଲ, ଦାହୋଦ, ବଡୋଦରା ଏବଂ ଛୋଟା ଉଦୟପୁର ଆଦି ଜିଲ୍ଲାରେ ମତଦାନ ଜାରି ରହିଛି ।

Leave A Reply

Your email address will not be published.

20 + thirteen =