ଆଫଗାନିସ୍ତାନରେ ଫ୍ରାନ୍ସ ଉଦ୍ଧାର କାର୍ଯ୍ୟ ଶେଷ କରି ତିନି ହଜାର ଲୋକଙ୍କୁ ଉଦ୍ଧାର କଲା

ପ୍ୟାରିସ୍ : ହଜାର ହଜାର ଲୋକ ଆଫଗାନିସ୍ତାନ ଛାଡିବାକୁ କାବୁଲ ବିମାନବନ୍ଦରରେ ଅପେକ୍ଷା କରିଛନ୍ତି, ଏହି ସମୟରେ ଫ୍ରାନ୍ସ ଶୁକ୍ରବାର ଦିନ ଲୋକଙ୍କୁ ନିରାପଦରେ ସ୍ଥାନାନ୍ତର କରିବା ପାଇଁ କାର୍ଯ୍ୟ ଶେଷ କରିଛି ଏବଂ କାବୁଲ ବିମାନବନ୍ଦରରେ ନିର୍ମିତ ଫ୍ରାନ୍ସର ଅସ୍ଥାୟୀ ଦୂତାବାସ ମଧ୍ୟ ବନ୍ଦ ହୋଇଯାଇଛି । ବୈଦେଶିକ ମନ୍ତ୍ରୀ ଜିନ୍ ୟେସ୍ ଲି ଡ୍ରିଆନ୍ ଏବଂ ପ୍ରତିରକ୍ଷା ମନ୍ତ୍ରୀ ଫ୍ଲୋରେନ୍ସ ପାର୍ଲେ ଘୋଷଣା କରିଛନ୍ତି ଯେ, ଆଫଗାନିସ୍ତାନରୁ ପ୍ରାୟ ୩୦୦୦ ଲୋକଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି । କାବୁଲରେ ଥିବା ଫ୍ରାନ୍ସ ଦୂତାବାସର ଦଳ ଫ୍ରାନ୍ସକୁ ଫେରିବା ପୂର୍ବରୁ ଆବୁଧାବିରେ ପହଞ୍ଚିଛି ବୋଲି ଏକ ବିବୃତ୍ତିରେ କୁହାଯାଇଛି ଯେ, ରାଷ୍ଟ୍ରଦୂତ ଡେଭିଡ ମାର୍ଟିନନ ମଧ୍ୟ ଖୁବ ଶୀଘ୍ର ଦେଶରେ ପହଞ୍ଚିବେ ।

ସୂଚନା ଅନୁସାରେ ଫ୍ରାନ୍ସ ଆବୁଧାବିରେ ଏକ ଗମନାଗମନ ପଏଣ୍ଟ ସ୍ଥାପନ କରିଛି, ଯେଉଁଠାରେ ପ୍ୟାରିସ ଅଭିମୁଖେ ଯାଉଥିବା ବିମାନ ପ୍ରଥମେ ସେଠାରେ ଅବତରଣ କରିଥାଏ । ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ ଗୁରୁବାର କହିଛନ୍ତି ଯେ, ରାଷ୍ଟ୍ରଦୂତ ଏବଂ ଅନ୍ୟ କର୍ମଚାରୀମାନେ ଆସନ୍ତା କିଛି ଦିନ ମଧ୍ୟରେ କାବୁଲ ଛାଡିବେ ଏବଂ ଏହି ବିମାନ କାବୁଲରୁ ଫ୍ରାନ୍ସକୁ ଶେଷ ବିମାନ ମଧ୍ୟରୁ ଗୋଟିଏ ହେବ । ସେ କହିଛନ୍ତି ଯେ, ରାଷ୍ଟ୍ରଦୂତଙ୍କ ନିଯୁକ୍ତି ସମାନ ରହିବ କିନ୍ତୁ ସୁରକ୍ଷା ଦୃଷ୍ଟିରୁ ସେ ପ୍ୟାରିସରୁ ସେବା କରିବେ । ମନ୍ତ୍ରୀଙ୍କ ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ, ଆଫଗାନିସ୍ତାନର ଲୋକଙ୍କୁ ୩୧ ଅଗଷ୍ଟ ପରେ ମଧ୍ୟ ବି ଆଶ୍ରୟ ଦେବା କାର୍ଯ୍ୟ ଜାରି ରଖିବ । ଆମେ ତାଲିବାନ ଅଧିକାରୀଙ୍କ ସହ ଆଲୋଚନା କରି ଆମର ଉଦ୍ୟମ ଜାରି ରଖିଛୁ ଯେ, ସେମାନେ ଅଗଷ୍ଟ ୩୧ ପରେ ଦେଶ ଛାଡିବାକୁ ଚାହୁଁଥିବା ଲୋକଙ୍କୁ ସ୍ଥାନାନ୍ତର କରିବାରେ ବାଧା ସୃଷ୍ଟି କରିବେ ନାହିଁ ।

Leave A Reply

Your email address will not be published.

sixteen + 9 =