pakka

ରାଷ୍ଟ୍ରୀୟ ଖେଳ ଦିବସ ପାଳିତ ଓ କ୍ରୀଡାବିତ୍‌ ସମ୍ବର୍ଦ୍ଧିତ

bbehera

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗର ସର୍ବ ପୁରାତନ ସରକାରୀ ମହତାବ ଉଚ୍ଚ ବିଦ୍ୟାଳୟର ମହତାବ ସ୍ପୋଟସ୍‌ ଏକାଡେମୀ ଆନ୍ୟୁକୁଲ୍ୟରେ ଗତକାଲି ଡେଲାଙ୍ଗ ବ୍ଲକସ୍ଥିତ ବିଜୁ ପଟ୍ଟନାୟକ ସମ୍ମଳନୀ କକ୍ଷରେ ରାଷ୍ଟ୍ରୀୟ କ୍ରୀଡା ଦିବସ ଉତ୍ସବରେ ଅତିଥିମାନଙ୍କ ଦ୍ୱାରା କ୍ରୀଡାବିତ୍‌ ମାନଙ୍କୁ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ହକିର କିମ୍ବଦନ୍ତୀ ପୁରୁଷ ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ଦିବସରେ ଅନୁଷ୍ଠିତ ଏହି କ୍ରୀଡା ଦିବସ ଉତ୍ସବ ଅବସରରେ ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ କୁମାର ସାହୁ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ରୁପେ ବିଡିଓ ଦିଲ୍ଲିପ କୁମାର ଷଡଙ୍ଗି, ସମ୍ମାନିତ ଅତିଥି ଭାବେ ଗୁଆଳିପଡା ସରପଞ୍ଚ କାଳନ୍ଦୀ ଚରଣ ଜେନା, ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ତ୍ରିପାଠୀ, ମିଶନ ଶକ୍ତି ମହିଳା ମହାସଂଘର ସମ୍ପାଦିକା ବାସନ୍ତି ସାହୁ, ସମାଜସେବୀ ଲଛମନ ଦଳେଇ ପ୍ରମୁଖ ଯୋଗଦେଇ କୃତି ଛାତ୍ର ଛାତ୍ରୀ ଓ କ୍ରୀଡାବିତ୍‌ ମାନଙ୍କୁ ଉତ୍ସାହିତ କରିବା ସହ ମେଜର ଧ୍ୟାନଚାନ୍ଦଙ୍କ ସ୍ମୃତି ଚାରଣ କରିଥିଲେ । ଖେଳ ଶିକ୍ଷକ ନଟବର ସେଠୀ ଅତିଥିମାନଙ୍କ ପରିଚୟ ପ୍ରଦାନ ଓ ସ୍ୱାଗତ ଭାଷଣ ଦେଇଥିଲେ । ପ୍ରାରମ୍ଭରେ ପ୍ରଭାତ ସମୟରେ ମହତାବ ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ସହକାରୀ ପ୍ରଧାନ ଶିକ୍ଷୟତ୍ରୀ କାଦମ୍ବିନୀ ଦାଶ ଓ ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ତ୍ରିପାଠୀ କ୍ର୍ରୀଡା ପତକା ଉତ୍ତୋଳନ କରିଥିଲେ, ଛାତ୍ରଛାତ୍ରୀମାନଙ୍କର ଏକ ସଚଚେତନତା ଶୋଭାଯାତ୍ରା ବିଦ୍ୟାଳୟ ପରିସରରୁ ବାହାରି ଡେଲାଙ୍ଗ ହାଟଠାରେ ପହଞ୍ଚିବା ପରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ପରେ ବେରବୋଇ ଗାନ୍ଧୀ ସ୍ମୃତି ପୀଠରେ ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ ସାହୁ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତିରେ ମାଲ୍ୟାପର୍ଣ କରିବା ପରେ ଏହି ଶୋଭାଯାତ୍ରା ବେରବୋଇ, ଗୁଆଳିପଡା, ମୁନିନ୍ଦା, ଡେଲାଙ୍ଗ -କୋଠବାଡ ଓ ସୁଜନପୁର ଗ୍ରାମ ପଞ୍ଚାୟତ ପରିକ୍ରମା କରି ବୃକ୍ଷ ରୋପଣ, ଶକ୍ତି ସଂଚୟ, କୋଭିଡ କଟକଣା ପାଳନ, ଜଳ ସଚଂୟ, ପ୍ଲାଷ୍ଟିକ୍‌ ବ୍ୟବହାର ବର୍ଜ୍ଜନ ସମ୍ପର୍କରେ ଜନ ସଚେତନତା କରିଥିଲେ । କଠିନ ପରିଶ୍ରମ, ଏକାଗ୍ରତା, ନିଷ୍ଠା, ଅଧ୍ୟବସାୟ, ପ୍ରଚେଷ୍ଟା ଓ ଅଭ୍ୟାସ ବଳରେ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ସହ ପ୍ରତ୍ୟେକ କାର୍ଯ୍ୟରେ ସୁଫଳ ମିଳିବ ବୋଲି ବିଡିଓ ଶ୍ରୀ ଷଡଙ୍ଗୀ କହିଥିଲେ । ଏହି ଅବସରରେ କୃତି ପ୍ରତିଯୋଗୀ ଓ କ୍ରୀଡାବିତ୍‌ ମାନଙ୍କୁ ପ୍ରଶଂସାପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ଖେଳ ଶିକ୍ଷକ ନଟବର ସେଠୀ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।

Leave A Reply

Your email address will not be published.

three + fourteen =