pakka

ପୂର୍ବତନ ସିଏମ୍ ୟେଦେୟୁରପ୍ପାଙ୍କୁ ଝଟ୍‌କା : ପୁଅକୁ ଟିକେଟ୍ ଦେଲାନାହିଁ ବିଜେପି

bbehera

ବାଙ୍ଗାଲୁରୁ : ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦେୟୁରପ୍ପାଙ୍କ ପୁଅ ତଥା ଦଳର ରାଜ୍ୟ ୟୁନିଟ୍ ଉପ-ସଭାପତି ବି.ୱାଇ ବିଜୟେନ୍ଦ୍ର ମଙ୍ଗଳବାର କହିଛନ୍ତି ଯେ, ରାଜନୀତିରେ ଶକ୍ତି ଏବଂ ସ୍ଥିତି ମୂଳ ଲକ୍ଷ୍ୟ ନୁହେଁ । କର୍ଣ୍ଣାଟକରେ ହେବାକୁ ଥିବା ବିଧାନ ପରିଷଦ ନିର୍ବାଚନରେ ​​ବିଜୟନ୍ଦ୍ରଙ୍କୁ ପ୍ରାର୍ଥୀ ନକରିବାକୁ ବିଜେପିର ନିଷ୍ପତ୍ତି ପରେ ତାଙ୍କ ଠାରୁ ଏହି ବିବୃତ୍ତି ଆସିଛି ।

ଦଳର ନିଷ୍ପତ୍ତିକୁ ସମ୍ମାନ ଦେବା ପାଇଁ ସେ ତାଙ୍କ ସମର୍ଥକ ଏବଂ ଶୁଭେଚ୍ଛୁମାନଙ୍କୁ ଅନୁରୋଧ କରିଛନ୍ତି । ନିଷ୍ପତ୍ତି ପରେ ସୋସିଆଲ ମିଡିଆରେ କିମ୍ବା ଅନ୍ୟ କୌଣସି ଅନାବଶ୍ୟକ ମନ୍ତବ୍ୟ ନଦେବାକୁ ସେ ନିବେଦନ କରି କହିଛନ୍ତି ଯେ ଏହା କେବଳ ଦଳର ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିବ ନାହିଁ, ବରଂ ୟେଦେୟୁରପ୍ପା ଏବଂ ତାଙ୍କ ଭାବନାକୁ ମଧ୍ୟ କ୍ଷତି ପହଞ୍ଚାଇବ ।

Leave A Reply

Your email address will not be published.

one + four =