ପ୍ରଧାମନ୍ତ୍ରୀଙ୍କ ଦ୍ୱାରା ବାଣିଜ୍ୟ ଭବନ ଉଦ୍‌ଘାଟିତ ଓ ନିର୍ଯ୍ୟାତ ପୋର୍ଟାଲର ଶୁଭାରମ୍ଭ

  • “ଦେଶ ନାଗରିକ କୈନ୍ଦ୍ରିକ ପ୍ରଶାସନ ଦିଗରେ ଗତି କରୁଛି”
  • “ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ନୀତି, ନିଷ୍ପତ୍ତି, ସଂକଳ୍ପ ଓ ସେଗୁଡ଼ିକର ସମାଧାନ ସ୍ୱାଧୀନ ଭାରତକୁ ଆଗେଇ ନେବା ପାଇଁ ଖୁବ ଗୁରୁତ୍ୱପୂର୍ଣ୍ଣ”
  • ସରକାରଙ୍କ ନିକଟରେ ପହଞ୍ଚିବା ଓ ସୁବିଧା ପାଇବାକୁ ସୁନିଶ୍ଚିତ କରିବା ହେଉଛି ପ୍ରାଥମିକତା”
  • “ବିଭିନ୍ନ ପ୍ରକଳ୍ପ ଓ ଯୋଜନାମାନ ଧାର୍ୟ୍ୟ ସମୟ ମଧ୍ୟରେ ଶେଷ ହେବା ହେଉଛି ଟିକସଦାତାଙ୍କ ପ୍ରତି ପ୍ରକୃତ ସମ୍ମାନ”
  • “ବାଣିଜ୍ୟ ଭବନର ଶିଳାନ୍ୟାସ ହେବା ଦିନଠାରୁ ହିଁ ଅବସ୍ଥାନ୍ତରରେ ପ୍ରଗତି ଦେଶରେ ଆରମ୍ଭ ହୋଇଛି”
  • ବିକାଶଶୀଳରୁ ବିକଶିତ ପର୍ୟ୍ୟାୟକୁ ଉନ୍ନତି ପାଇଁ ରପ୍ତାନୀ ହିଁ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ”

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀଠାରେ ବାଣିଜ୍ୟ ଭବନ ଉଦ୍‌ଘାଟନ କରିବା ସହ ନିର୍ଯ୍ୟାତ ପୋର୍ଟାଲର ମଧ୍ୟ ଶୁଭାରମ୍ଭ କରିଛନ୍ତି । କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋଏଲ, ସୋମ ପ୍ରକାଶ ଓ ଶ୍ରୀମତୀ ଅନୁପ୍ରିୟା ପଟେଲ ଏହି ଅବସରରେ ଉପସ୍ଥିତ ଥିଲେ ।
ସମବେତ ଜନତାଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ନବ ଭାରତରେ ଗତ ଆଠ ବର୍ଷ ଧରି ଚାଲି ଆସୁଥିବା ନାଗରିକ କୈନ୍ଦ୍ରିକ ପ୍ରଶାସନିକ ଢାଞ୍ଚାରେ ଆଜି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ଯୋଡ଼ି ହୋଇଯାଇଛି । ଦେଶ ଆଜି ଏକ ନୂତନ ଓ ଆଧୁନିକ ବାଣିଜ୍ୟ ଭବନ ସହିତ ଏକ ରପ୍ତାନୀ ପୋର୍ଟାଲ ପାଇଛି। ଏଥିରୁ ଗୋଟେ ଭୌତିକ ହୋଇଥିବା ବେଳେ ଅନ୍ୟଟି ଡିଜିଟାଲ ଭିତ୍ତିଭୂମିଯୁକ୍ତ ବୋଲି ସେ କହିଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ମଧ୍ୟ ଦେଶର ପ୍ରଥମ ଶିଳ୍ପ ମନ୍ତ୍ରୀ ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ମୃତୁବାର୍ଷିକୀ । “ତାଙ୍କ ନୀତି, ନିଷ୍ପତ୍ତି, ସଂକଳ୍ପ ଓ ସେଗୁଡ଼ିକ ନିଷ୍ପାଦନ ସ୍ୱାଧୀନ ଭାରତକୁ ଦିଗଦର୍ଶନ ଦେବା ପାଇଁ ଖୁବ ଗୁରୁତ୍ୱପୂର୍ଣ୍ଣ । ଆଜି ଦେଶ ତାଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଉଛି” ବୋଲି ସେ କହିଥିଲେ ।
ମନ୍ତ୍ରଣାଳୟର ନୂତନ ଭିତ୍ତିଭୂମି ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ବର୍ତ୍ତମାନ ମଧ୍ୟ ବ୍ୟାବସାୟିକ ସୁଗମତା ନିମନ୍ତେ ସଂକଳ୍ପ ନେବାର ବେଳ ଉପନୀତ । ଏହା ଦ୍ୱାରା ଜୀବନରେ ସୁଖ ସ୍ୱାଚ୍ଛନ୍ଦ୍ୟ ମଧ୍ୟ ଆସିବ । କୌଣସି ବିଷୟରେ ନିକଟବର୍ତ୍ତୀ ହେବା ଏହି ଦୁଇଟି ମଧ୍ୟ ସଂଯୋଗକାରୀ । ସେ କହିଥିଲେ ଯେ ସରକାରଙ୍କ ସହ ଯୋଗାଯୋଗ କରିବା ବାଟରେ କୌଣସି ବାଧାବିଘ୍ନ ଆସିବା ଅନୁଚିତ । ସରକାରଙ୍କ ନିକଟରେ ସହଜରେ ପହଞ୍ôଚବା ବା ସମସ୍ୟା ଉତଥାପନ କରିବାକୁ ସରକାର ଅଗ୍ରାଧିକାର ଦେଉଛନ୍ତି । ସରକାରଙ୍କ ନୀତିରେ ଏହା ବେଶ ପ୍ରତିଫଳିତ ହୋଇଛି ବୋଲି ସେ କହିଥିଲେ ।
ନିକଟ ଅତୀତର ଅନେକ ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ନବ ଭାରତର ନୂତନ କର୍ମସଂସ୍କୃତି ହେଉଛି ଯେକୌଣସି ପ୍ରକଳ୍ପକୁ ଠିକ ସମୟ ମଧ୍ୟରେ ସାରିବା । ଯେତେବେଳେ ସରକାରୀ ପ୍ରକଳ୍ପ ବର୍ଷ ବର୍ଷ ଧରି ପଡ଼ି ନରହି ନିଧାର୍ୟ୍ୟ ସମୟ ମଧ୍ୟରେ ଶେଷ ହୁଏ ଓ ସରକାରୀ ଯୋଜନାରେ ଲକ୍ଷ୍ୟ ସ୍ଥଳରେ ପହଂଞ୍ଚ, ସେତେବେଳେ ହିଁ ଦେଶର ଟିକସଦାତା ତାର ଉଚିତ ସମ୍ମାନ ପାଏ ବୋଲି ସେ କହିଥିଲେ । ଆଜି ଆମ ପାଖରେ ଆଧୁନିକ ମଞ୍ଚ ଭାବେ ପ୍ରଧାନମନ୍ତ୍ରୀ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ ରହିଛି । ଏହି ବାଣିଜ୍ୟ ଭବନ ଦେଶକୁ ‘ଗତିଶକ୍ତି’ ପଥରେ ଅଗ୍ରସର କରିବ ବୋଲି ସେ କହିଥିଲେ ।
ଏହି ବାଣିଜ୍ୟ ଭବନ ତାଙ୍କ ସରକାରଙ୍କ ଅମଳରେ ବାଣିଜ୍ୟିକ ସଫଳତାର ପ୍ରତୀକ ବୋଲି ସେ କହିଥିଲେ । ସେ ଏହାର ଶିଳାନ୍ୟାସ ସମୟର ସ୍ମୃତିଚାରଣ କରି କହିଥିଲେ ଯେ ବୈଶ୍ୱିକ ନବୋନ୍ମେଷ ସୂଚକରେ ନୂଆ କିଛି କରି ଦେଖାଇବା ଓ ଉନ୍ନତି ଉପରେ ଗୁରୁତ୍ୱ ଆରୋପ କରିଥିଲେ । ଆଜି ଭାରତ ବୈଶ୍ୱିକ ନବୋନ୍ମେଷ ସୂଚକରେ ୪୬ତମ ସ୍ଥାନରେ ରହିଛି ଓ ଏଥିରେ ନିରବଚ୍ଛିନ୍ନ ଉନ୍ନତି ଘଟୁଛି । ସେ ବ୍ୟାବସାୟିକ ସୁଗମତା ନିମନ୍ତେ ସେତେବେଳେ କହୁଥିଲେ ଓ ଆଜି ୩୨ଠଠଠରୁ ଅଧିକ ଅନାବଶ୍ୟକ ନଥିପତ୍ର ଅପସାରଣ କରାଯାଇଛି । ସେହିପରି ଏହି ଭବନର ଶିଳାନ୍ୟାସ ବେଳେ ବସ୍ତୁ ଓ ସେବକାର (ଜିଏସଟି) ନୂଆ ଥିଲା । ଆଜି ମାସିକ ସର୍ବନିମ୍ନ ଏକ ଲକ୍ଷ କୋଟି ଟଙ୍କା ଜିଏସଟି ଆଦାୟ ହେଉଛି । ଜିଇଏମ ସମ୍ପର୍କରେ କହିବାକୁ ଗଲେ ସେତେବେଳେ ନଅ ହଜାର କୋଟି ଟଙ୍କାର ଅର୍ଡର ଦିଆଯାଉଥିବା ବେଳେ, ଆଜି ପୋର୍ଟାଲରେ ୪୫ ଲକ୍ଷ କ୍ଷୁଦ୍ର ଉଦ୍ୟୋଗୀ ପଞ୍ଜୀକୃତ ହୋଇଛନ୍ତି ଓ ୨.୨୫ କୋଟିରୁ ଅଧିକ ବହିନା ଦିଆଯାଇଛି । ୨୦୧୪ରେ ଦୁଇଟି ମୋବାଇଲ ୟୁନିଟରୁ ସେତେବେଳେ ୧୨ଠଟି ୟୁନିଟ ଥିବାବେଳେ ଆଜି ତାହା ୨ଠଠ ୟୁନିଟ ଅତିକ୍ରମ କରିଛି । ଆଜି ଦେଶରେ ୨୩ଠଠ ପଞ୍ଜୀକୃତ ଫିନଟେକ ଷ୍ଟାର୍ଟଅପ ଥିବାବେଳେ ଚାରିବର୍ଷ ତଳେ ଏହା ମାତ୍ର ୫ଠଠ ଥିଲା । ବାଣିଜ୍ୟ ଭବନ ଶିଳାନ୍ୟାସ ସମୟରେ ଭାରତରେ ବର୍ଷକୁ ଆଠ ହଜାର ଷ୍ଟାର୍ଟଅପ ପଞ୍ଜୀକୃତ ହେଉଥିବା ବେଳେ, ଆଜି ତାହା ୧୫ ହଜାରରୁ ଅଧିକ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗତବର୍ଷ ଐତିହାସିକ ବୈଶ୍ୱିକ ବାଧାବିଘ୍ନ ସତ୍ତ୍ୱେ ଭାରତର ରପ୍ତାନୀ ୬୭ଠ ବିଲିଅନ ଡଲାର ଅର୍ଥାତ ୫ଠ ଲକ୍ଷ କୋଟିରେ ପହଂଚିଥିଲା । ଗତ ବର୍ଷ ଦେଶ ସ୍ଥିର କରିଥିଲା ଯେ ବିଭିନ୍ନ ଆହ୍ୱାନ ସତ୍ତ୍ୱେ ଏହା ୪ଠଠ ବିଲିଅନ ଡଲାର ବା ୩ଠ ଲକ୍ଷ କୋଟି ବାଣିଜ୍ୟିକ ରପ୍ତାନୀ ଲକ୍ଷ ହାସଲ କରିବେ । ଆମେ ଏକ ନୂତନ ରେକର୍ଡ ସୃଷ୍ଟି କରିବା ସହ ୪୧୮ ବିଲିଅନ ଡଲାର ଅର୍ଥାତ ୩୧ ଲକ୍ଷ କୋଟି ଟଙ୍କାରେ ପହଂଚିଲୁ । “ବିଗତ ବର୍ଷଗୁଡ଼ିକର ସଫଳତା ଦ୍ୱାରା ଉଦବୃଦ୍ଧ ହୋଇ ଆମେ ଆମର ରପ୍ତାନୀ ଲକ୍ଷ୍ୟ ବୃଦ୍ଧି କରିବା ସହ ତାହା ହାସଲ ନିମନ୍ତେ ଆମର ଉଦ୍ୟମ ଦ୍ୱିଗୁଣିତ କରିଛୁ” । କେବଳ ସ୍ୱଳ୍ପମିଆଦୀ ନୁହେଁ ଦୀର୍ଘମିଆଦୀ ଲକ୍ଷ୍ୟ ଧାର୍ୟ୍ୟ କରାଯିବା ଦରକାର ବୋଲି ସେ କହିଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ନିର୍ୟ୍ୟାତ- ଜାତୀୟ ଆମଦାନୀ, ରପ୍ତାନୀ ପାଇଁ ଜାତୀୟ ବିଶ୍ଳେଷଣ ବାଣିଜ୍ୟିକ ପୋର୍ଟାଲ ଅଂଶୀଦାରମାନଙ୍କୁ ଅନ୍ଧାରେ ନିଜର ପ୍ରକୃତ ତଥ୍ୟ ପ୍ରଦାନ କରିବ । “ଏହି ପୋର୍ଟାଲ ଜରିଆରେ ୨ଠଠରୁ ଅଧିକ ଦେଶକୁ ରପ୍ତାନୀ ହେଉଥିବା ୩ଠରୁ ଅଧିକ ସାମଗ୍ରୀ ସମ୍ପର୍କରେ ତଥ୍ୟ ଉପଲବ୍ଧ ହେବ । ସମୟ କ୍ରମେ ଜିଲ୍ଲାସ୍ତରରୁ ରପ୍ତାନୀ ସାମଗ୍ରୀ ସମ୍ପର୍କରେ ମଧ୍ୟ ସବିଶେଷ ତଥ୍ୟ ମିଳିବ । ଏହା ଜିଲ୍ଲାଗୁଡ଼ିକୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ରପ୍ତାନୀ କେନ୍ଦ୍ର ଭାବେ ବିକଶିତ କରିବାରେ ସହାୟକ ହେବ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
ପ୍ରଧାନମନ୍ତ୍ରୀ କ୍ରମବର୍ଦ୍ଧିଷ୍ଣୁ ରପ୍ତାନୀ ପରିପ୍ରେକ୍ଷୀରେ କହିଥିଲେ ଯେ ଦେଶ ବିକାଶମୁଖୀରୁ ବିକଶିତ ଦେଶ ସଂଦିକ୍ଷଣ ଦେଇ ଗତି କରୁଛି । ଗତ ଆଠ ବର୍ଷ ଧରି ଦେଶର ରପ୍ତାନୀ ଲକ୍ଷ୍ୟ ସାଧିତ ହେବା ସହ ଏହାର ପରିମାଣ ମଧ୍ୟ ବୃଦ୍ଧି ପାଇଛି । ରପ୍ତାନୀ ବୃଦ୍ଧି ସହ ଏହି ପ୍ରକ୍ରିୟାର ସୁଗମତା ଓ ନୂତନ ବଜାରରେ ସାମଗ୍ରୀ ପ୍ରବର୍ତ୍ତନ ନେଇ ନୀତି ଖୁବ ଫଳପ୍ରଦ ହୋଇଛି । ବର୍ତ୍ତମାନ ସରକାରଙ୍କ ପ୍ରତ୍ୟେକ ମନ୍ତ୍ରଣାଳୟ, ପ୍ରତ୍ୟେକ ବିଭାଗ ରପ୍ତାନୀ ବୃଦ୍ଧି ଦିଗରେ ଉଦ୍ୟମ କରୁଛନ୍ତି । ସେ ଏମଏସଏମଇ ହେଉ ବା ବର୍ହିବ୍ୟାପାର ମନ୍ତ୍ରଣାଳୟ, କୃଷି ବା ବାଣିଜ୍ୟ ପ୍ରତ୍ୟେକ ସମାନ ଲକ୍ଷଣ ହାସଲ ପାଇଁ ଉଦ୍ୟମ କରୁଛନ୍ତି ।
“ନୂତନ କ୍ଷେତ୍ରରେ ରପ୍ତାନୀ ବୃଦ୍ଧି ପାଉଛି । ଏପରିକି କେତେକ ଆକାଂକ୍ଷିତ ଜିଲ୍ଲାକୁ ମଧ୍ୟ ରପ୍ତାନୀ ବହୁଗୁଣରେ ବୃଦ୍ଧି ପାଇଛି । କର୍ପସ ଓ ହସ୍ତତନ୍ତ କ୍ଷେତ୍ରରୁ ରପ୍ତାନୀ ଶତକଡ଼ା ୫୫ ଭାଗ ବୃଦ୍ଧି ପାଇବା ଅର୍ଥ ତୃଣମୂଳ ସ୍ତରରେ କିପରି କାର୍ୟ୍ୟ ଚାଲୁଛି ତାହା ସହଜେ ଅନୁମେୟ” ବୋଲି ସେ କହିଥିଲେ ।
ସ୍ଥାନୀୟ ସାମଗ୍ରୀ ଉପରେ ସରକାରଙ୍କ ଗୁରୁତ୍ୱ “ଲୋକାଲ ଫର ଭୋକାଲ, ଗୋଟିଏ ଜିଲ୍ଲା, ଗୋଟିଏ ସାମଗ୍ରୀ” ଭଳି ଯୋଜନା ଯୋଗୁ ରପ୍ତାନୀ ବୃଦ୍ଧି ପାଇଛି । ବର୍ତ୍ତମାନ ଆମର ଅନେକ ସାମଗ୍ରୀ ପ୍ରଥମଥର ପାଇଁ ନୂଆ ନୂଆ ଦେଶଗୁଡ଼ିକୁ ରପ୍ତାନୀ କରାଯାଇଛି । “ଆମର ସ୍ଥାନୀୟ ଖୁବ ଦ୍ରୁତ ଗତିରେ ବୈଶ୍ୱିକ” ହେବାରେ ଲାଗିଛି । ଏହା ପ୍ରକାଶ କରେ ଯେ ବିଭିନ୍ନ ଉଦାହରଣ ଦେଇଥିଲେ । ସୀତାଭୋଗ ମିଠାଇ ବାହାରିନକୁ ରପ୍ତାନୀ ହେଉଥିବା ବେଳେ, ତାଜା ରାଜାଲଙ୍କା ନାଗାଲାଣ୍ଡରୁ ଲଣ୍ଡନ ଯାଉଛି । ଆସାମର ତାଜା ବର୍ମିଜ ଅଙ୍ଗୁର ଦୁବାଇ ଯାଉଛି, ଛତିଶଗଡ଼ର ମହୁଆ ସାମଗ୍ରୀ ଫ୍ରାନ୍ସ ଓ କାରଗିଲର ଖୁମାନୀ ଦୁବାଇ ଯାଉଛି ।
“ରପ୍ତାନୀ ବାତାବରଣ ଦୃଷ୍ଟିରୁ ଆମେ ଆମର କୃଷକ, ବୁଣାକାର ଓ ପାରମ୍ପରିକ ସାମଗ୍ରୀକୁ ଜିଆଇ ଟ୍ୟାଗିଂ ସହ ଯୋଡ଼ିବା ଉପରେ ଗୁରୁତ୍ୱ ଦେଉଛୁ ।” ୟୁଏଇ ଓ ଅଷ୍ଟ୍ରେଲିଆ ସହ ହୋଇଥିବା ବାଣିଜ୍ୟିକ ରାଜିନାମାର ଉଦାହରଣ ସହ ସେ ଅନ୍ୟାନ୍ୟ ଦେଶ ସହ ଏ ନେଇ ଯଥେଷ୍ଟ ଅଗ୍ରଗତି ଘଟିଛି ବୋଲି କହିଥିଲେ । ଏକ ଆହ୍ୱାନମୂଳକ ପରିସ୍ଥତିକୁ ସୁଯୋଗରେ ପରିଣତ କରିବାରେ ବିଦେଶରେ ଥିବା ଆମ ଦୂତାବାସଗୁଡ଼ିକର ଭୂମିକାକୁ ସେ ପ୍ରଶଂସା କରିଥିଲେ । “ଦେଶର ପ୍ରଗତି ନିମନ୍ତେ ବ୍ୟବସାୟ ଓ ନୂତନ ବଜାର ଚିହ୍ନଟ ଓ ଆବଶ୍ୟକତାକୁ ଚିହ୍ନଟ କରି ନୂତନ ସାମଗ୍ରୀ ପ୍ରସ୍ତୁତି ଖୁବ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ ।”
ପରିଶେଷରେ ପ୍ରଧାନମନ୍ତ୍ରୀ ପ୍ରତ୍ୟେକ ବିକାଶକୁ ସମୟଭିତ୍ତିକ ଭାବେ ପୋର୍ଟାଲର ସମୀକ୍ଷା ଓ ନିକଟରେ ବିକଶିତ ଅନ୍ୟାନ୍ୟ ମଞ୍ଚର ଅନୁଧ୍ୟାନ ପାଇଁ ଅନୁରୋଧ କରିଥିଲେ । “ଲକ୍ଷ୍ୟ ହାସଲ ନିମନ୍ତେ ଆମେ ଯେଉଁ ବ୍ୟବସ୍ଥାର ବିକାଶ କରୁଛୁ ତାହା କେତେ ସଫଳ ହୋଇଛି ଓ ସେଥିରେ ଯଦି କିଛି ସମସ୍ୟା ରହିଛି, ତା’ହେଲେ ସେଥିପାଇଁ ଉଦ୍ୟମ ହେବା ଆବଶ୍ୟକ ।”

Leave A Reply

Your email address will not be published.

3 × two =