jayashree

ଦରବୃଦ୍ଧି ପ୍ରଶ୍ନରେ ବାଇଡେନ କ୍ରୋଧିତ ହୋଇ ସାମ୍ବାଦିକଙ୍କୁ କହିଲେ- ଷ୍ଟୁପିଡ଼୍‌ ସନ୍‌ ଅଫ…

ୱାଶିଂଟନ୍ : ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ବହୁତ ଖୁସି ମିଜାଜ୍‌ର ଏବଂ ଶାନ୍ତ ବୋଲି ବିବେଚନା କରାଯାଉଥିଲା । କିନ୍ତୁ ସୋମବାର ହ୍ୱାଇଟ ହାଉସରେ ଅର୍ଥନୈତିକ ପରାମର୍ଶଦାତା ମାନଙ୍କ ସହିତ ଏକ ସାକ୍ଷାତକାରରେ ବାଇଡେନଙ୍କ ଏକ ଭିନ୍ନ ଚେହେରା ସାମ୍ନାକୁ ଆସିଛି । ବାସ୍ତବରେ ଫକ୍ସ ନ୍ୟୁଜ୍ ସାମ୍ବାଦିକ ତାଙ୍କୁ ଦରବୃଦ୍ଧି ବିଷୟରେ ଏକ ପ୍ରଶ୍ନ ପଚାରିବା ମାତ୍ରେ ବାଇଡେନ କ୍ରୋଧିତ ହୋଇ ଉଠିଥିଲେ ଓ ସେ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ । ଏହି ପୁରା ଘଟଣା କ୍ୟାମେରାରେ କଏଦ ହୋଇ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଜୋ ବାଇଡେନଙ୍କ କ୍ରୋଧିତ ହେବାର କାରଣ ହେଉଛି କରୋନା ମହାମାରୀ ସହିତ ଦରବୃଦ୍ଧି ହେତୁ ଆମେରିକା ବର୍ତ୍ତମାନ ରେକର୍ଡ ଭାଙ୍ଗିବା ଭଳି ମୁଦ୍ରାସ୍ଫୀତିର ସମ୍ମୁଖୀନ ହେଉଛି ।

Leave A Reply

Your email address will not be published.