pakka

ଦେଶରେ ଓମିକ୍ରନ୍ ରୋଗୀଙ୍କ ସଂଖ୍ୟା ୪୦୦ ଅତିକ୍ରମ କରିଛି, ଅନେକ ରାଜ୍ୟରେ ପ୍ରତିବନ୍ଧକ ଲଗାଯାଇଛି

bbehera

ନୂଆଦିଲ୍ଲୀ : ଦେଶ ତଥା ବିଦେଶରେ ଓମିକ୍ରନ ସଂକ୍ରମଣ ଆଶଙ୍କା ବଢ଼ିବାରେ ଲାଗିଛି । ବଢ଼ୁଥିବା ମାମଲାକୁ ଦୃଷ୍ଟିରେ ରଖି ଦେଶର ଅନେକ ରାଜ୍ୟରେ ଖ୍ରୀଷ୍ଟମାସ ଏବଂ ନୂଆ ବର୍ଷ ପାର୍ଟି ଉପରେ ପ୍ରତିବନ୍ଧକ ଲଗାଯାଇଛି । ଓମିକ୍ରନ୍‌ର ମାମଲା ସମଗ୍ର ଦେଶରେ ୪୦୦ ଅତିକ୍ରମ କରିଛି । ଏହାକୁ ଦୃଷ୍ଟିରେ ରଖି ଡିସେମ୍ବର ୨୫ରୁ ନୂତନ ବର୍ଷ ପର୍ୟ୍ୟନ୍ତ ସରକାର କଡା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ କରିଛନ୍ତି । ରାଜ୍ୟଗୁଡ଼ିକ ବିଭିନ୍ନ ପ୍ରତିବନ୍ଧକ ଲଗାଇଛନ୍ତି । ମଧ୍ୟପ୍ରଦେଶ ପରେ ବର୍ତ୍ତମାନ ଉତ୍ତରପ୍ରଦେଶରେ ମଧ୍ୟ ରାତ୍ରି କର୍ଫ୍ୟୁ ଲାଗୁ କରାଯାଇଛି । ଏହା ବ୍ୟତୀତ ମହାରାଷ୍ଟ୍ର, ଦିଲ୍ଲୀ, କର୍ଣ୍ଣାଟକ, ଗୁଜୁରାଟରେ ମଧ୍ୟ ଅନେକ ପ୍ରତିବନ୍ଧକ ଲାଗୁ କରାଯାଇଛି ।

jay balangir
Leave A Reply

Your email address will not be published.

twenty − ten =

error: Content is protected !!