ତାଇୱାନରେ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ : ବାୟୁସେନା ପାଇଲଟଙ୍କ ମୃତ୍ୟୁ

ତାଇପେଇ : ଗୁରୁବାର ସକାଳେ ଏକ ଟ୍ରେନିଂ ଅପରେସନ୍ ସମୟରେ ତାଇୱାନର ଏଫ୍‌-୫ଇ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ପାଇଲଟଙ୍କର ମୃତ୍ୟୁ ହୋଇଥିବା କୁହାଯାଇଛି । ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦେଇଯାଇଛି । ପ୍ରତିରକ୍ଷା ମନ୍ତ୍ରଣାଳୟ କହିବାନୁସାରେ, ଦୁର୍ଘଟଣାର କାରଣ ଏପର୍ୟ୍ୟନ୍ତ ଜଣା ପଡିନାହିଁ । କିନ୍ତୁ ଏହା ପୁରଣା ବାୟୁସେନା ଜାହାଜର ସମ୍ଭାବ୍ୟ ସମସ୍ୟାକୁ ସୂଚିତ କରୁଥିବା କୁହାଯାଇଛି । ସୂଚନାଯୋଗ୍ୟ ଯେ, ତାଇୱାନ ବର୍ତ୍ତମାନ ଚୀନ୍ ଦ୍‌ବାରା ବୃଦ୍ଧି ପାଉଥିବା ବିପଦର ସମ୍ମୁଖୀନ ହେଉଛି ।
ମନ୍ତ୍ରଣାଳୟ କହିଛି ଯେ, ବିମାନଟି ପୂର୍ବ ତାଇଟୁଙ୍ଗର ଚିହାଙ୍ଗ ଏୟାର ବେସରୁ ଉଡ଼ିବାର ଦୁଇ ମିନିଟ ମଧ୍ୟରେ ପ୍ରଶାନ୍ତ ମହାସାଗରରେ ଖସିପଡିଛି । ମନ୍ତ୍ରଣାଳୟ ଅନୁଯାୟୀ ପାଇଲଟ କ୍ୟାପଟେନ ଚୁ କୁଆନ-ମେଙ୍ଗଙ୍କୁ ସମୁଦ୍ରରୁ ଉ‌ଦ୍ଧାର କରାଯାଇଥିଲା, କିନ୍ତୁ ନିକଟସ୍ଥ ଡାକ୍ତରଖାନାକୁ ନିଆଯିବାର ପ୍ରାୟ ଏକ ଘଣ୍ଟା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Leave A Reply

Your email address will not be published.