pakka

ନିର୍ବାଚନ ତାରିଖ ଘୋଷଣା କଲେ ନିର୍ବାଚନ କମିଶନର : ୧୨ରେ ମତଦାନ ୮ରେ ଫଳାଫଳ

bbehera

ନୂଆଦିଲ୍ଲୀ : ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ବିଗୁଲ ବାଜିଛି । ଶୁକ୍ରବାର ନିର୍ବାଚନ କମିଶନର ଏକ ଖବରଦାତା ସମ୍ମିଳନୀ କରି ତାରିଖ ଘୋଷଣା କରିଛନ୍ତି । ୬୮ଟି ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ହିଁ ମତଦାନ ଅନୁଷ୍ଠିତ ହେବ । ନଭେମ୍ବର ୧୨ରେ ମତଦାନ ତାରିଖ ଧାର୍ଯ୍ୟ କରାଯାଇଥିବା ବେଳେ ନିର୍ବାଚନୀ ଫଳାଫଳ ଡିସେମ୍ବର ୮ରେ ପ୍ରକାଶ ପାଇବ । ଅପରପକ୍ଷେ ଅକ୍ଟୋବର ୧୭ରେ ନିର୍ବାଚନ ସମ୍ପର୍କିତ ଚୂଡାନ୍ତ ବିଜ୍ଞପ୍ତି ପ୍ରକାଶ ପାଇବ । ଅକ୍ଟୋବର ୨୫ରେ ନାମାଙ୍କନ ପତ୍ର ଦାଖଲ, ୨୭ରେ ଯାଞ୍ଚ ଏବଂ ୨୯ରେ ନାମାଙ୍କନ ପ୍ରତ୍ୟାହାର ନେଇ ତାରିଖ ଘୋଷଣା କରାଯାଇଛି । ଏନେଇ ଶୁକ୍ରବାର ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏଥିସହ ନିରପେକ୍ଷ ଅବାଧ ନିର୍ବାଚନ କରିବା ସହିତ ଭୋଟରମାନଙ୍କ ପାଇଁ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି କମିଶନର କହିଛନ୍ତି । ବର୍ତ୍ତମାନ କରୋନା ସ୍ଥିତିକୁ ନେଇ ବଡ଼ ଚିନ୍ତା ନାହିଁ କିନ୍ତୁ ସୁରକ୍ଷା ଦୃଷ୍ଟିରୁ ସଚେତନତା ଅବଲମ୍ବନ କରାଯିବ । ସେହିପରି ୮୦ ବର୍ଷ ବୟସ୍କ, ଦିବ୍ୟାଙ୍ଗ, ଓ କରୋନା ଆକ୍ରାନ୍ତ ଯଦି ବୁଥ୍‌କୁ ଆସିପାରିବେ ନାହିଁ ତେବେ ତାଙ୍କ ଘରକୁ ଯାଇ ମତଦାନ ଗ୍ରହଣ କରାଯିବ ବୋଲି ନିର୍ବାଚନ କମିଶନର କହିଛନ୍ତି ।

jay balangir
Leave A Reply

Your email address will not be published.

4 × 5 =