ମୂର୍ତ୍ତି ବିସର୍ଜନ ବେଳେ ଗୁଳିକା‌ଣ୍ଡକୁ ନେଇ ଥାନାରେ କ୍ରୋଧିତ ଲୋକେ ଲଗାଇଲେ ନିଆଁ

ମୁଙ୍ଗେର : ବିହାରର ମୁଙ୍ଗେରରେ ମୂର୍ତ୍ତି ବିସର୍ଜନ ଘଟଣାକୁ ନେଇ ଆଜି ପୁଣି ବୋବାଲ୍‌ ହୋଇଛି । କ୍ରୋଧିତ ଲୋକେ ପୂର୍ବ ସରାୟ ପୋଲିସ ଷ୍ଟେସନରେ ନିଆଁ ଲଗାଇ ଦେଇଛନ୍ତି । ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ଆଜି ଶହ ଶହ ଯୁବକ ରାସ୍ତାରେ ଯାଇ ମୂର୍ତ୍ତି ବିସର୍ଜନ ବେଳେ ହୋଇଥିବା ହିଂସାକୁ ବିରୋଧ କରି ପୋଲିସ ଅଧୀକ୍ଷକଙ୍କ ନିକଟରେ ପହଞ୍ଚି ଏଠାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, ପୋଲିସ ଅଧୀକ୍ଷକଙ୍କ ଠାରେ ଶହ ଶହ ଯୁବକ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ପୋଲିସ କାର୍ୟ୍ୟାଳୟ ପାଖରେ ଥିବା ବୋର୍ଡକୁ ମଧ୍ୟ ଭାଂଗି ଫୋପାଡ଼ି ଦିଆଯାଇଥିବା କୁହାଯାଇଛି । ଉତ୍ୟକ୍ତ ଯୁବକମାନେ ପୂର୍ବ ସରାୟ ପୋଲିସ ଷ୍ଟେସନରେ ପହଞ୍ଚି ପୋଲିସ ଷ୍ଟେସନ ସମ୍ମୁଖରେ ଅଟକି ରହିଥିବା କାର୍‌ରେ ନିଆଁ ଲଗାଇ ଦେଇଥିଲେ । ଏହା ପରେ ଘଟଣାସ୍ଥଳଚୁ ଅତିରିକ୍ତ ପୋଲିସ ଫୋର୍ସ ପଠାଯାଇଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ ଯେ, ଦୁର୍ଗା ପ୍ରତିମୂର୍ତ୍ତି ବିସର୍ଜନ ବେଳେ ଗୁଳିକା‌ଣ୍ଡକୁ ବିରୋଧ କରି ଚାମ୍ବର ଅଫ୍ କମର୍ସ ଆଜି ମୁଙ୍ଗର ବଜାର ବନ୍ଦ କରିବାକୁ ଆ‌ହ୍ୱାନ ଦେଇଛି । ଚାମ୍ବର ଅଫ୍ କମର୍ସର ସଭାପତି କୃଷ୍ଣ କୁମାର ଅଗ୍ରୱାଲଙ୍କ ସମେତ ବହୁ ଅଧିକାରୀ ବଜାରରେ ଦୋକାନ ବନ୍ଦ କରିବାକୁ ବ୍ୟବସାୟୀଙ୍କ ନିକଟରେ ନିବେଦନ କରୁଥିବା ଦେଖିବାକୁ ମିଳିଛି । ଏହି କାରଣରୁ ଅଧିକାଂଶ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି ।

Leave A Reply

Your email address will not be published.