ଖୋଲା ନଳକୂଅରେ ଖସି ପଡିଲା ୩ ବର୍ଷର ଶିଶୁ : ଜାରି ରହିଛି ରେସକ୍ୟୁ ଅପରେସନ୍

ଭୋପାଲ : ଖୋଲା ନଳକୂଅରେ ଜଣେ ୩ ବର୍ଷର ଶିଶୁ ଖସି ପଡ଼ିଥିବା ସୂଚନା ମିଳିଛି । ଶିଶୁକୁ ଉଦ୍ଧାର କରିବା ପାଇଁ ଜୋର୍‌ସୋର୍‌ ପ୍ରୟାସ ଚାଲିଥିବା ସୂଚନା ରହିଛି । ତେବେ ଶିଶୁକୁ ବଂଚାଇବା ପାଇଁ ସାରା ରାତି ରେସକ୍ୟୁ ଅପରେସନ୍ ଜାରି ରହିଥିଲା । ଉଦ୍ଧାର କାର୍ଯ୍ୟରେ ପୋଲିସ ଓ ସେନା ପ୍ରଚେ‌ଷ୍ଟା ଜାରି ରଖିଛ‌ନ୍ତି ।

ସୂଚନା ଅନୁସାରେ ମଧ୍ୟପ୍ରଦେଶ ନିୱାରୀ ଜିଲ୍ଲାର ପୃଥ୍ୱୀପୁର ଅଂଚଳରେ ଗତକାଲି ସକାଳେ ଜଣେ ୩ ବର୍ଷର ଶିଶୁ ପ୍ରହ୍ଲାଦ ଏକ ବୋରୱେଲରେ ଖସି ପଡ଼ିଛି । ଶିଶୁଟି ଖସିପଡ଼ିବାର ୨୪ ଘଣ୍ଟାରୁ ଅଧିକ ସମୟ ବିତିଯାଇଥିବା ବେଳେ ତାକୁ ବଞ୍ଚାଇବା ପାଇଁ ପ୍ରଶାସନ ତରଫରୁ ରେସକ୍ୟୁ ଅପରେସନ ଜାରି ରହିଛି । ଜେସିବି ମେସିନ ଲଗାଇ ବୋରୱେଲ ପାଖ ଅଞ୍ଚଳରେ ଗାତ ଖୋଳାଯାଉଛି । ତେବେ ଏସପି କହିଛନ୍ତି ଯେ, ଶିଶୁର ସ୍ୱର ଶୁଣାଯାଉଛି । ଶିଶୁଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ଚେଷ୍ଟା ଚାଲିଛି ।

Leave A Reply

Your email address will not be published.