csstore

ରାସ୍ତା କଡ଼ରେ ବୁଦା ଭିତରୁ ମିଳିବା ମହିଳାଙ୍କ କଟା ମୁଣ୍ଡ : ତଦନ୍ତ ଜାରି

ବୋକାରୋ : ଝାଡଖଣ୍ଡର ଅନ୍ୟତମ ଶିଳ୍ପାଞ୍ଚଳ ବୋକାରୋର ସେକ୍ଟର -୧୨ ପୋଲିସ୍ ଷ୍ଟେସନ ଅଞ୍ଚଳରେ ଜଣେ ମହିଳାଙ୍କ କଟା ମୁଣ୍ଡ ମିଳିଥିବା ସୂଚନା ମିଳିବା ପରେ ଅଂଚଳରେ ଆତଂକ ଦେଖାଦେଇଛି। ଗ୍ରାମବାସୀମାନେ କଟା ମୁଣ୍ଡ ଦେଖି ତୁରନ୍ତ ସ୍ଥାନୀୟ ପୋଲିସକୁ ସୂଚନା ଦେଇଥିଲେ। ଘଟଣାସ୍ଥଳରେ ପହଂଚିଥିବା ପୋଲିସ ମହିଳାଙ୍କ କଟା ମୁଣ୍ଡକୁ ଜବତ୍‌ କରିବା ସହ ତଦନ୍ତ ଆରମ୍ଭ କରିଛି। ପୋଲିସ କହିଛି ଯେ, ମହିଳାଙ୍କୁ ହତ୍ୟା କରି ପ୍ରମାଣ ଲୁଚାଇବା ଉଦ୍ଦେଶ୍ୟରେ କଟା ମୁଣ୍ଡକୁ ଏଠାରେ ଫିଙ୍ଗି ଦିଆଯାଇଛି । ବର୍ତ୍ତମାନ ତନାଘନା ତଦନ୍ତ ଚାଲିଛି । ସୂଚନାନୁସାରେ, ଭରତ ଏକତା ସମବାୟ ସମିତିର ସାତନପୁର ଗାଁକୁ ସଂଯୋଗ କରୁଥିବା ରାସ୍ତା ପାଖରେ ଥିବା ଚାଷଜମିରୁ ଜଣେ ମହିଳାଙ୍କ କଟିଯାଇଥିବା ମୁଣ୍ଡ ଉଦ୍ଧାର କରାଯାଇଛି ।

jayashree
Leave A Reply

Your email address will not be published.