pakka

ଆଜିଠୁ ଦୁଇ ଦିନିଆ କାନପୁର ଗସ୍ତରେ ରାଷ୍ଟ୍ରପତି

bbehera

ନୂଆଦିଲ୍ଲୀ : ଆଜିଠୁ ଦୁଇ ଦିନିଆ ଉତ୍ତରପ୍ରଦେଶର କାନପୁର ଗସ୍ତରେ ଯିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଆଜି ରାଷ୍ଟ୍ରପତି ଚୌଧୁରୀ ହରମୋହନ ସିଂ ଯାଦବଙ୍କ ଜନ୍ମ ଶତବାର୍ଷିକୀ ପାଇଁ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧନ କରିବେ । ନଭେମ୍ବର ୨୫ରେ ହାରକୋର୍ଟ ବଟଲର ବୈଷୟିକ ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ଉତ୍ସବରେ ଯୋଗ ଦେଇ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଥିବା ବେଳେ ଏହା ପରେ ୟୁପିର ଗୌତମ ନଗର ଜେୱାରେ ଥିବା ନୋଏଡା ଅନ୍ତର୍ଜୀତୀୟ ବିମାନବନ୍ଦର ଭିତ୍ତିପ୍ରସ୍ତର ସ୍ଥାପନ ମଧ୍ୟ କରିବେ । ଏହି ସୂଚନା ରାଷ୍ଟ୍ରପତି କାର୍ଯ୍ୟାଳୟ ପକ୍ଷରୁ ପ୍ରଦାନ କରାଯାଇଛି ।

Leave A Reply

Your email address will not be published.

13 − 8 =