pakka

ଆସନ୍ତା ବର୍ଷ ମାର୍ଚ୍ଚ ପର୍ଯ୍ୟନ୍ତ ଗରିବ ଲୋକ ଖାଦ୍ୟ ଯୋଜନାରୁ ରାସନ ପାଇବେ : କ୍ୟାବିନେଟ ଅନୁମୋଦନ

bbehera

ନୂଆଦିଲ୍ଲୀ : କରୋନା ଅବଧିରେ ଗରିବ ଲୋକଙ୍କୁ ମାଗଣା ରାସନ ଯୋଗାଇବା ପାଇଁ କେନ୍ଦ୍ର ସରକାର ଆରମ୍ଭ କରିଥିବା ଯୋଜନା ବର୍ତ୍ତମାନ ଆସନ୍ତା ବର୍ଷ ମାର୍ଚ୍ଚ ପର୍ୟ୍ୟନ୍ତ ବୃଦ୍ଧି କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାକୁ ମାର୍ଚ୍ଚ ପର୍ୟ୍ୟନ୍ତ କାର୍ୟ୍ୟକାରୀ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହାପୂର୍ବରୁ ଏହି ଯୋଜନା ନଭେମ୍ବର ଶେଷ ପର୍ୟ୍ୟନ୍ତ କାର୍ୟ୍ୟକାରୀ ହୋଇଥିଲା ଏବଂ ଆଶଙ୍କା କରାଯାଉଥିଲା ଯେ ନଭେମ୍ବର ପରେ ସରକାର ଏହାକୁ ବୃଦ୍ଧି କରିବେ ନାହିଁ । କିନ୍ତୁ ବର୍ତ୍ତମାନ ସରକାର ଅନ୍ୟ ଏକ ଯୋଜନା ଅଧୀନରେ ଆଉ ୪ ମାସ ପାଇଁ ରାସନ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ୮୦ କୋଟି ହିତାଧିକାରୀଙ୍କୁ ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାର ସୁବିଧା ଯୋଗାଇ ଦିଆଯାଉଛି ।

Leave A Reply

Your email address will not be published.

three × 3 =