csstore

ଅଜବ୍‌ ଯୋଡ଼ି : ବିବାହ ବନ୍ଧନରେ ବାନ୍ଧି ହୋଇ ରହି ପାରିଲେନି ଏକାଠି, ବିବାହ ବିଚ୍ଛେଦ ପରେ ପୁଣି ଆରମ୍ଭ କଲେ ଯୁଗଳ ଜୀବନ

ଆଗ୍ରା : ଏକ ଅଜବ୍‌ ଯୋଡ଼ିଙ୍କ ଗଜବ୍‌ କାହାଣୀ ସାମ୍ନାକୁ ଆସିଛି । ସେମାନେ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ବେଳେ ରହିପାରିଲେନି ଏକାଠି । କିନ୍ତୁ ବିବାହ ବିଚ୍ଛେଦର ମାତ୍ର ତିନି ମାସ ପରେ ପୁଣି ଆରମ୍ଭ କଲେ ଯୁଗଳ ଜୀବନ । ପାଖାପାଖି ଛଅ ମାସ ତଳେ ବୈଦିକ ରୀତିରେ ସେମାନେ ବିବାହ କରିଥିଲେ ପରିବାର ସଦସ୍ୟଙ୍କ ସହମତି କ୍ରମେ । ଅଥଚ ବିବାହ ପରେ ଦୁହେଁ ଦୁହିଁଙ୍କ ସହ ବାରମ୍ବାର କଥା କଟାକଟି ଓ ଯୁକ୍ତିତର୍କ ଏବଂ ହାତ ଉଠାଉଠି ଯାଏଁ କଥା ପହଂଚିଲା । ଅସମ୍ଭାଳ ହୋଇପଡ଼ିଲା ଦୁହିଁଙ୍କ ଭିତରେ ବୈବାହିକ ସଂପର୍କ । ଯୁବକ ଓ ଯୁବତୀଙ୍କ ପରିବାରବର୍ଗ ମଧ୍ୟ ଦୁହିଁଙ୍କ ମଧ୍ୟରେ ମିଳାମିଶା କରାଇବାରେ ଅସମର୍ଥ ହେଲେ । ଶେଷରେ ଦୁହିଁଙ୍କ ନିଷ୍ପତ୍ତି କ୍ରମେ ସମାଜ ଲୋକଙ୍କୁ ନେଇ ବିବାହ ବିଚ୍ଛେଦ କରାଇଥିଲେ ପରିବାର ଲୋକେ । କିନ୍ତୁ ଆଶ୍ଚର୍ଯ୍ୟର କଥା ବିବାହ ବିଚ୍ଛେଦର ତିନି ମାସ ଭିତରେ ଦୁହେଁ ଦୁହିଁଙ୍କୁ ପୁଣି ପସନ୍ଦ କରିବାକୁ ଲାଗିଲେ ଏବଂ ପରିବାରବର୍ଗ ତଥା ସମାଜ ଲୋକଙ୍କ ବାରଣ ସତ୍ୱେ ସେମାନେ ଏକାଠି ରହିବାକୁ ନିଷ୍ପତ୍ତି ନେଇ ଏବେ ଖୁବ୍‌ ଆନନ୍ଦରେ ସେମାନେ ଆରମ୍ଭ କରିଛନ୍ତି ଯୁଗଳ ଜୀବନ । ତାଙ୍କ ପତିପତ୍ନୀ ସଂପର୍କ ଉପରେ ସେମାନେ କୁହନ୍ତି, ବାସ୍ତବରେ ଆମେ ଆମର ସଂପର୍କର ମଧୁର ଦିଗକୁ ଏକାଠି ଥିବା ସମୟରେ ଦେଖି ପାରିନଥିଲୁ । ଯେତେବେଳେ ଦୁହେଁ ଦୁହିଁଙ୍କ ଠାରୁ ଦୂରେଇ ଗଲୁ, ତା’ପରେ ଆମେ ଆମର ସଂପର୍କର ଗୁରୁତ୍ୱ ଏବଂ ମଧୁର ଦିଗ ପ୍ରତି ଧ୍ୟାନ ଦେଲୁ ଏବଂ ହଜାରେ ବାରଣ ସତ୍ୱେ ପୁଣି ଏକାଠି ହୋଇଗଲୁ । ବୋଧହୁଏ, ଏଣୁ ଏଣିକି ଆମେ ଦୁହେଁ ଦୁହିଁଙ୍କ ଠାରୁ କେବେ ବି ଦୂରେଇ ରହି ପାରିବୁନି ।

jayashree
Leave A Reply

Your email address will not be published.