ପୂଜାରୀଙ୍କୁ ଜିଅନ୍ତା ଜାଳି ଦେଲେ : ଗାଁରେ ଧାରଣାରେ ବସିଲେ ବିଜେପି ସାଂସଦ କିରୋଡ଼ିଲାଲ ମିଣା

କରୋଲି : ରାଜସ୍ଥାନର କରୋଲିରେ ଜଣେ ପୂଜାରୀଙ୍କୁ ଜିଅନ୍ତା ଜାଳି ଦିଆଯିବା ଘଟଣାରେ ବିଜେପି ପକ୍ଷରୁ ଧାରଣା ପ୍ରଦର୍ଶନ କରାଯାଇଛି । ବିଜେପି.ର ରାଜ୍ୟସଭା ସାଂସଦ କିରୋଡ଼ିଲାଲ ମିଣା ପୂଜାରୀଙ୍କ ଗାଁର ଶହ ଶହ ଲୋକଙ୍କ ସହ ଧାରଣାରେ ବସିଥିବା ଜଣାପଡ଼ିଛି । ପୂଜାରୀଙ୍କ ହତ୍ୟା ମାମଲାରେ ରାଜସ୍ଥାନ ସରକାରଙ୍କ ଉପରେ ଆକ୍ରମଣାତ୍ମକ ମନ୍ତବ୍ୟ ଦେଇ ରାଜ୍ୟର ଆଇନ ଶୃଙ୍ଖଳା ଉପରେ ସେ ପ୍ରଶ୍ନ ଉଠାଇଛନ୍ତି ।
ସୂଚନାଯୋଗ୍ୟ ଯେ, ହତ୍ୟାର ଶିକାର ହୋଇଥିବା ପୂଜାରୀ ବାବୁଲାଲ ବୈଷ୍ଣବଙ୍କ ପତ୍ନୀଙ୍କ ସହ ୬ ଝିଅ ଓ ଗୋଟିଏ ପୁଅ ଅଛନ୍ତି । ଅପରାଧୀମାନଙ୍କୁ କଡ଼ାରୁ କଡ଼ା ଦଣ୍ଡ ଦିଆଯିବାକୁ ପରିବାର ସଦସ୍ୟଙ୍କ ପକ୍ଷରୁ ଦାବୀ କରାଯାଇଛି ।

2 Comments
  1. Ramesh Chandra Purohit says

    Badhe…..sundar..ho..andababu
    Ramesh..purohit

    1. Koshala Prabaha says

      apankar ashirbad sir…. juhar

Leave A Reply

Your email address will not be published.