ଦେଶରେ ଖସୁଛି କରୋନା ଏକ୍‌ଟିଭ୍‌ ସଂକ୍ରମିତଙ୍କ ସଂଖ୍ୟା, ଏବେ ୮୮୩୧୮୫ ଜଣ ଏକ୍‌ଟିଭ୍‌ ଆକ୍ରାନ୍ତ : ଗତ ୨୪ ଘଂଟାରେ ୯୨୬ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୯ ଲକ୍ଷ ଟପି ସାରିଥିବା ବେଳେ କରୋନା ଏକ୍‌ଟିଭ୍‌ ସଂକ୍ରମିତଙ୍କ ସଂଖ୍ୟା ଆସ୍ତେ ଆସ୍ତେ ଖସୁଛି । ଏବେ ଭାରତରେ ୮,୮୩,୧୮୫ ଜଣ ଏକ୍‌ଟିଭ୍‌ ସଂକ୍ରମିତ ରହିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୬୯୭୯୪୨୪ ଜଣ କରୋନା ଦ୍ୱାରା ଆକ୍ରାନ୍ତ ହୋଇ ସାରିଛନ୍ତି ଏବଂ ୧୦୭୪୧୬ ଜଣ ପ୍ରାଣ ହରାଇଛନ୍ତି । ଗତ ୨୪ ଘଂଟାରେ ୯୨୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭୩,୨୭୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.