pakka

ଇମ୍ରାନ ଖାନ କହିଲେ – ଯଦି ନିର୍ବାଚନ ଘୋଷଣା ନହୁଏ ତେବେ ପାକିସ୍ତାନରେ ଗୃହଯୁଦ୍ଧ ଆରଂଭ ହୋଇପାରେ

bbehera

ଇସଲାମାବାଦ : ଏପ୍ରିଲରେ ପାକିସ୍ତାନର ଶାସନରୁ ବହିଷ୍କୃତ ହୋଇଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ବୁଧବାର ଏକ ସାକ୍ଷାତକାରରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି । ଇମ୍ରାନ ‘ବୋଲ ନ୍ୟୁଜ’କୁ ଦେଇଥିବା ଏକ ସାକ୍ଷାତକାରରେ ଚେତାବନୀ ଦେଇଛନ୍ତି ଯେ, ଯଦି ପାକିସ୍ତାନରେନିର୍ବାଚନ ଘୋଷଣା ନହୁଏ ତେବେ ଦେଶ ଗୃହଯୁଦ୍ଧ ଆଡକୁ ଯାଇପାରେ । ପାକିସ୍ତାନ ତେହେରିକ-ଇ-ଇନସାଫ ନେତା ମଧ୍ୟ ସାକ୍ଷାତକାରରେ କହିଛନ୍ତି ଯେ, ବିରୋଧକାରୀଙ୍କୁ ସୁରକ୍ଷା ଯୋଗାଇବା ପାଇଁ ତାଙ୍କ ଦଳ ଦେଇଥିବା ଆବେଦନ ଉପରେ ସେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିଛନ୍ତି ।

ନିର୍ବାଚନ ଦାବୀ କରିବା ପାଇଁ ସେ ଖୁବ୍ ଶୀଘ୍ର ଆଉ ଏକ ଶୋଭାଯାତ୍ରା ଘୋଷଣା କରିବେ ବୋଲି ଇମ୍ରାନ ଖାନ କହିଛନ୍ତି । ସେ ଚେତାବନୀ ଦେଇ କହିଛନ୍ତି ଯେ, ସେମାନେ ଆଇନଗତ ଏବଂ ସାମ୍ବିଧାନିକ ମାଧ୍ୟମରେ ଆମକୁ ନିର୍ବାଚନ କରିବାକୁ ଅନୁମତି ଦେଇଛନ୍ତି କି ନାହିଁ ଆମେ ଦେଖିବୁ । ଯଦି ଏହା ନହୁଏ, ତା’ହେଲେ ଦେଶରେ ଗୃହଯୁଦ୍ଧର ପରିସ୍ଥିତି ସୃଷ୍ଟି ହେବ । ଇମ୍ରାନ କହିଛନ୍ତି ଯେ, ନେସନାଲ ଆସେମ୍‌ଲିକୁ ଫେରିବାରେ କୌଣସି ପ୍ରଶ୍ନ ନାହିଁ, କାରଣ ଏହା କରିବା ଦ୍ୱାରା ସେ ଷଡଯନ୍ତ୍ରକୁ ଗ୍ରହଣ କରିଛନ୍ତି, ଯେଉଁଥି ପାଇଁ ତାଙ୍କ ସରକାର କ୍ଷମତାରୁ ଦୂରେଇ ଯାଇଥିଲା ବୋଲି ଜଣାପଡ଼ିବ ।

Leave A Reply

Your email address will not be published.

5 × five =