pakka

ଶିକ୍ଷା ବିଭାଗର ଅଜବ ନୀତି : ବ୍ଲକ ଶିକ୍ଷାଧିକାରୀ ନ ଥିବାରୁ ମିଳୁନି ବେତନ

bbehera

ଡେଲାଙ୍ଗ, (ଦିଲ୍ଲିପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଶିକ୍ଷା ପ୍ରଶାସନର ଅଜବ ନୀତି ଯୋଗୁଁ ଶିକ୍ଷକ ଶିକ୍ଷୟିତ୍ରୀମାନେ ମଇ ମାସର ବେତନ ପାଇବାରୁ ବଞ୍ଚିତ ହୋଇଥିବା ନେଇ ଅଭିଯୋଗ ହୋଇଛି । ପ୍ରାପ୍ତ ସୂଚନା ଅନୁଯାୟୀ, ଡେଲାଙ୍ଗ ବ୍ଲକ ଶିକ୍ଷାଧିକାରୀ ଭାବେ ଏଠାରେ ନିଯୁକ୍ତି ପାଇଥିବା ନିରଞ୍ଜନ ପାତ୍ର ଗତ ଏକ ମାସ ହେଲା ସରକାରୀ ଚାକିରିରୁ ଅବସର ନେଇଛନ୍ତି । ମାତ୍ର ଦୁଃଖ ଓ ପରିତାପର ବିଷୟ ହେଲା, ଆଜି ପର୍ଯ୍ୟନ୍ତ ଡେଲାଙ୍ଗ ବ୍ଲକରେ ନୂତନ ଭାବେ କୌଣସି ବିଇଓ ନିଯୁକ୍ତି ପାଇ ନ ଥିବାରୁ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ମଇ ମାସର ବେତନ ମିଳିବାରେ ବିଳମ୍ବ ପରିଲକ୍ଷିତ ହୋଇଛି । ଫଳରେ ସେମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବା ହେତୁ ଆଗାମୀ ଦିନରେ ଏହା ଆନ୍ଦୋଳନର ରୂପ ନେବ ବୋଲି କେତେକ ଶିକ୍ଷକ ଶିକ୍ଷୟିତ୍ରୀ ସେମାନଙ୍କ ନାମ ଗୋପନ ରଖିବା ସର୍ତ୍ତରେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ମଙ୍ଗଳବାର ୩୧/୦୫/୨୦୨୨ରେ ପୁରୀ ମଣ୍ଡଳ ଶିକ୍ଷାଧିକାରୀ ସରକାରୀ ଚାକିରିରୁ ସେବା ନିବୃତ୍ତ ହୋଇଥିଲେ ହେଁ ଆଜି ପୁରୀ ବିଇଓ କାର୍ଯ୍ୟାଳୟରେ ଜନୈକ ମଣ୍ଡଳ ଶିକ୍ଷାଧିକାରୀଙ୍କୁ ନିଯୁକ୍ତି ମିଳିବା ଖବର ଡେଲାଙ୍ଗ ବ୍ଲକରେ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ଖବର ଲେଖାହେବା ବେଳକୁ ଡେଲାଙ୍ଗ ବ୍ଲକରେ କୌଣସି ନୂତନ ବ୍ଲକ ଶିକ୍ଷାଧିକାରୀଙ୍କୁ ନିଯୁକ୍ତି ମିଳିଥିବା ନେଇ ଖବର ହସ୍ତଗତ ହୋଇନାହିଁ । ତେବେ ଶିକ୍ଷା ବିଭାଗର ଏଭଳି ଖାମଖିଆଲ ଅଜବ ତଥା ଦାୟିତ୍ୱହୀନ ନୀତିକୁ ସ୍ଥାନୀୟ ଶିକ୍ଷକ ଶିକ୍ଷୟିତ୍ରୀ ମହଲ ନାପସନ୍ଦ କରୁଥିବା ବେଳେ ତୁରନ୍ତ ଡେଲାଙ୍ଗ ବ୍ଲକରେ ନୂତନ ଭାବେ ମଣ୍ଡଳ ଶିକ୍ଷାଧିକାରୀ ନିଯୁକ୍ତି ପ୍ରକ୍ରିୟା ତ୍ୱରାନ୍ୱିତ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ ଉଗ୍ରରୂପ ଧାରଣ କରିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।

jay balangir
Leave A Reply

Your email address will not be published.

1 × 5 =