csstore

ହିଜାବ ବିବାଦ : ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ, ହୋଲି ପରେ ଶୁଣାଣି ହେବ

ନୂଆଦିଲ୍ଲୀ : ମଙ୍ଗଳବାର ଦିନ ହିଜାବ ଉପରେ କର୍ଣ୍ଣାଟକ ହାଇକୋର୍ଟ ରାୟ ଦେଇଛନ୍ତି । ହିଜାବ ପିନ୍ଧି କୌଣସି ଶିକ୍ଷାନୁଷ୍ଠାନରେ ପ୍ରବେଶ କରିବାକୁ କାହାକୁ ଅନୁମତି ଦିଆଯାଇପାରିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି । ବର୍ତ୍ତମାନ ଏହି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି ଏବଂ ହୋଲି ପରେ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରିବାକୁ ରାଜି ହୋଇଛନ୍ତି । ଭାରତର ପ୍ରଧାନ ବିଚାରପତି ଏନ.ଭି ରାମନା, ଜଷ୍ଟିସ ଏ.ଏସ୍ ବୋପାନ୍ନା ଏବଂ ଜଷ୍ଟିସ ହିମା କୋହଲିଙ୍କ ଏକ ବେଞ୍ଚ ବରିଷ୍ଠ ଆଡଭୋକେଟ ସଞ୍ଜୟ ହେଗଡେଙ୍କ ଦଲିଲ ଉପରେ ଧ୍ୟାନ ଦେଇ କହିଛନ୍ତି ଯେ, ଆସନ୍ତା ପରୀକ୍ଷାଗୁଡ଼ିକୁ ଦୃଷ୍ଟିରେ ରଖି ଜରୁରୀକାଳୀନ ଶୁଣାଣି ହେବାର ଆବଶ୍ୟକତା ରହିଛି ।

jayashree
Leave A Reply

Your email address will not be published.